କଟକ ଓ ଭୁବନେଶ୍ୱରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଡ଼ିସିପି

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଆଜି ଭୁବନେଶ୍ୱରର ନୂଆ ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍‌ କମିସନର୍‌ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୁଲିସ ସେବା ଭବନରେ ଆଜି ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଠିକ ସେହିଭଳି କଟକର ନୂତନ ଡିସିପି ଭାବରେ ପ୍ରତୀକ ସିଂହ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କଟକ ଡିସିପି ଦାୟିତ୍ୱରେ ଥିବା ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଦୁଇ ନବ ନିଯୁକ୍ତ ଡିସିପି ଆଗାମୀ ଦିନରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ।

Please Share

Leave a Reply

Your email address will not be published. Required fields are marked *