ଆଉ ୨ଦିନ ଅଛି ପାଟକୁରା ବିଧାନସଭା ମଣ୍ଡଳୀରେ ନିର୍ବାଚନ।ଏଥିପାଇଁ ସମସ୍ତ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର।ଅନ୍ୟ ଦଳ ପରି କଂଗ୍ରେସ ମଧ୍ୟ ଲାଗିଛି ଏହି ଆସନ କୁ ହାତେଇବା ପାଇଁ।
କଂଗ୍ରେସ ପକ୍ଷରୁ ଶ୍ରୀ ଜୟନ୍ତ କୁମାର ମହାନ୍ତି ଏହି ଆସନ ରୁ ନିର୍ବାଚନ ଲଢ଼ୁଛନ୍ତି।ତାଙ୍କ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ,ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ନେତା ସୁର ରାଉତରାୟ, ମହମ୍ମଦ ମୋକିମ ଆଦି ବହୁ ତୁଙ୍ଗ ନେତା ପ୍ରଚାର କରିବାକୁ ପାଟକୁରା ରେ ପହଞ୍ଚିଛନ୍ତି।