ଭୁବନେଶ୍ୱର : ରାଜ୍ୟରେ ଆଉ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୪୬ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଅଛନ୍ତି ।ଚିହ୍ନଟ ହୋଇଥିବା ୬୭୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୯ ଏବଂ ଖୋର୍ଦ୍ଧା ରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଅଛନ୍ତି । ଗଞ୍ଜାମ ର ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା ବେଳେ ଭଦ୍ରକ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ସଂକ୍ରମିତ ସଂଖ୍ୟାରେ ଦୃତ ବୃଦ୍ଧି ସରକାର ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।
ଆଜି ରାଜ୍ୟ ରେ ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ ଜଣ, ବରଗଡ଼ ଜିଲ୍ଲା ରୁ ୨୨ ଜଣ , ଭଦ୍ରକ ଜିଲ୍ଲାରୁ ୫୮ ଜଣ, କଟକ ଜିଲ୍ଲାରୁ ୩୨ ଜଣ,ଢେଙ୍କାନାଳ ଜିଲ୍ଲା ରୁ ୧୦ ଜଣ, ଜଗପତି ଜିଲ୍ଲା ରୁ ୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୬ ଜଣ,ଯାଜପୁର ରୁ ୨୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪ ଜଣ , କନ୍ଧମାଳ ଜିଲ୍ଲା ରୁ ୪୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ,, ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ,କେନ୍ଦୁଝର ଜିଲ୍ଲା ରୁ ୨୪ ଜଣ, କୋରାପୁଟ ଜିଲ୍ଲାରୁ ୪୧ ଜଣ , ମାଲକାନିଗିର୍ ଜିଲ୍ଲାରୁ ୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧ ଜଣ, ନୟାଗଡ଼ ଜିଲ୍ଲାର ୪ ଜଣ , ପୁରୀ ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ସୋନପୁର ଜିଲ୍ଲା ରୁ ୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ ରହିଛନ୍ତି । ଏହି ସୂଚନା ସ୍ବାସ୍ଥ୍ୟ ବିଭାଗ ନିଜର ଟୁଇରରେ ମାଧ୍ୟମ ରେ ପ୍ରକାଶ କରିଛନ୍ତି । ଏଯାବତ୍ ରାଜ୍ୟରେ ସର୍ବମୋଟ ୧୮,୧୧୦ ଜଣ କରୋନା ଚିହ୍ନଟ ଙ୍କ ମଧ୍ୟରୁ ୧୨,୪୫୨ ସୁସ୍ଥ ହୋଇଥିବା ସମୟ ରେ ୫୫୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏବଂ ଗତକାଲି ୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ଯୋଗୁଁ ମୋଟ କରୋନା ମୃତ୍ୟୁ ୯୭ ରେ ପହଞ୍ଚି ଅଛି ।