ରାଜ୍ୟରେ ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ପାଣିପାଗ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଦେଶ ର ବହୁତ ସ୍ଥାନ ରେ ବର୍ଷା ଲାଗି ରଥିବ ସମୟରେ ଆଜି ରାଜ୍ୟର ୩ଟି ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର,ଅନୁଗୁଳ, ଦେଓଗଡ଼, ମୟୂରଭଞ୍ଜ, କେନ୍ଦୁଝର ,ନୟାଗଡ଼ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତଥ୍ୟ ମୁତାବକ ଆସନ୍ତା ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ‌ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଅଛି । ଏଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଭୁବନେଶ୍ୱର ଏବଂ କଟକ ସହର ରେ ବର୍ଷା ହେବ କି ନହେବ ସେ ବିଷୟରେ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସଙ୍କ ସୂଚନା ମୁତାବକ ସୋମବାର ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଆସନ୍ତାକାଲି ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କେତେକ ସ୍ଥାନ ରେ ଅଧିକ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏ ବର୍ଷ ହାରାହାରି ବୃଷ୍ଟିପାତ ରେକର୍ଡ କରାଯାଇଛି ଏ ଯାବତ୍ ରାଜ୍ୟ ରେ ୩ପ୍ରତିଶତ କମ ବୃଷିପାତ ହୋଇଛି। ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ବରରେ ଅଭାବୀ ବର୍ଷା ପରିସ୍ଥିତି ଲାଗିରହିଛି। ତେବେ ଏହି ତାଲିକାରେ ସୋନପୁର ଜିଲ୍ଲା ନୂତନ ଜିଲ୍ଲା ଭାବେ ଯୋଡ଼ି ହେବା ଚିନ୍ତାର ବିଷୟ ପାଲଟିଛି । ପୁରୀ ରେ ଏବର୍ଷ ସର୍ବନିମ୍ନ ବୃଷ୍ଟିପାତ ରେକର୍ଡ କରାଯାଇଛି।

Please Share

Leave a Reply

Your email address will not be published. Required fields are marked *