ଦୀର୍ଘ ଚାରିମାସ ହେବ ବସ୍ ସେବା ପୁରା ଠପ୍

Advertisement
Advertisement
Click for Any Complaint Regarding This News
AAA Online Services

ଯାଜପୁର : ବରୀ ଅଞ୍ଚଳବାସୀ public transportation (ବସ୍ ସେବା) ସୁବିଧାରୁ ବଂଚିତ ହେଉଛନ୍ତି।ବରୀ ଅଞ୍ଚଳ ର ୯୦% ଭାଗ ଲୋକ ଏହି ବସ୍ ସେବା ଉପରେ ନିର୍ଭର କରନ୍ତି। ମେଡିକାଲ୍ ର ସେବା ହେଉ କି ନିତ୍ୟ ଜୀବିକା ପୋଷଣ ହେଉ, ଛୋଟ୍ ବେପାରୀ ହୁଅନ୍ତୁ କି ସରକାରୀ କର୍ମଚାରି ହୁଅନ୍ତୁ ସମସ୍ତେ Public transportation (ବସ୍ ସେବା) ଉପରେ ନିର୍ଭର କରିଆସୁଛନ୍ତି। କୋରନା ପାଇଁ ଦୀର୍ଘ ଚାରିମାସ ହେବ ସମ୍ପୂର୍ଣ୍ଣ ବନ୍ଦ ହେବାରୁ ବରୀ ବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ଅଟୋ ରିକ୍ସା ଭଡ଼ା ଓ ବାଇକ୍ ରେ ଯାଇଯାଇ ବହୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ସମସ୍ତ ଙ୍କୁ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଛି। ଯେତେ ଗାଡି ଚାଲିବା ବିଳମ୍ବ ହେବ,ସେତେ ଅସୁବିଧା ବଢ଼ି ବଡ଼ି ଚାଲିବ। ତୁରନ୍ତ ବରୀ ରୁ କଟକ ବସ୍ ଚଲେଇବା ବ୍ୟବସ୍ଥା କରିବାକୁ ଅଞ୍ଚଳ ବାସୀ ଓ ବିଭିନ୍ନ ସାମାଜିକ ସଂଗଠନ ଦାବି କରିଆସୁଛନ୍ତି । ଯଦି ଘରୋଇ ବସ୍ ଚାଲିବା ଅସୁବିଧା ହେଉଛି ତେବେ ରାଜ୍ୟ ସରକାର ଙ୍କ ମୋ ବସ ସେବା କିମ୍ବା ORTC ବସ୍ ସେବା ଦେବାପାଇଁ ଅଞ୍ଚଳ ବାସୀ ସରକାରଙ୍କୁ ଆମ ମାଧ୍ୟମ ରେ ଗୁହାରି କରିଛନ୍ତି। ଦୀପକ୍ ଭରଦ୍ୱାଜ ଙ୍କ ରିପୋର୍ଟ,ବରୀ, ଯାଜପୁର

Please Share

Leave a Reply

Your email address will not be published. Required fields are marked *