କଟକ : ଭାରତ ବର୍ଷ ଏକ ଦେବଭୂମି। ଏଠାରେ ଇଶ୍ୱରଙ୍କ ଆଶୀର୍ବାଦ ସଦା ସର୍ବଦାପାଇଁ ରହିଥାଏ। ଈଶ୍ୱରଙ୍କ ଶକ୍ତି ବଳରେ ବହୁ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧ୍ୟ ରେ ପରିଣତ ହୋଇଥାଏ। ସନାତନ ଧର୍ମର ଥିବା ମନ୍ତ୍ର ଓ ଶାସ୍ତ୍ରରର ବହୁ ଶକ୍ତି ରହିଛି। ଯଦି ସେହି ଶକ୍ତି କୁ ପରିଚୟ ଦେଇ କାର୍ଯ୍ୟରେ ଲଗାଯାଏ ତା ହେଲେ ଏହି ଜଗତର ମଙ୍ଗଳ ହେବା ସହିତ କରୋନା ର ମଧ୍ୟ ବିନାଶ ହେବ। ଆମ ଶାସ୍ତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଏହି ସଂସାରରେ ଯାହା ହେଉଛି ଏବଂ ଯାହା ହେବ ଏହା ଈଶ୍ୱରଙ୍କ ଇଚ୍ଛାରେ ହେଉଛି। କଥାରେ ଅଛି ଦେବତାଙ୍କ ଅଧୀନରେ ସୃଷ୍ଟି, କିନ୍ତୁ ଦେବତା ନିଜେ ମନ୍ତ୍ରଙ୍କ ଅଧୀନରେ।
କରୋନା ରୋଗ ରୁ ଆରୋଗ୍ୟଲାଭ କରି ହେବ ବୋଲି କିଛି ଦିନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଦୃଢକ୍ତି ପ୍ରକାଶ କରିଛନ୍ତି ଓଡ଼ିଶାରେ ପରିଚିତ ବାବା ଆର୍ତ୍ତତ୍ରାଣ। ସେ ଦୀର୍ଘ ୯ ବର୍ଷ ହେଲା ବିଭନ୍ନ ରୋଗରେ ପୀଡିତ ରୋଗୀଙ୍କୁ ସ୍ପର୍ଶ ଓ ମନ୍ତ୍ର ମାଧ୍ୟମରେ ଚିକିତ୍ସା କରିଆସୁଛନ୍ତି। ବାବା ଆର୍ତ୍ତତ୍ରାଣ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ ଯଦି ଅନୁମତି ଦିଆଯାଏ ତେବେ ସେ ତାଙ୍କ ଇଶ୍ୱର ପ୍ରଦତ୍ତ ଶକ୍ତି ବଳରେ ବର୍ତ୍ତମାନ ସମୟରେ ହୁ ହୁ ହୋଇ ବ୍ୟାପିଥିବା ମହାମାରୀ କୋରୋନା କୁ ସମୂଳେ ନଷ୍ଟ କରିଦେଇପାରିବେ।
ଯଦି ସେ ସ୍ପର୍ଶ ଓ ମନ୍ତ୍ର ଶକ୍ତି ମାଧ୍ୟମରେ ଏହାକୁ ଭଲ କରିଦେଇପାରିବେ ତେବେ ସରକାର ତାଙ୍କୁ ଅନୁମତି କାହିଁକି ଦେଉନାହାନ୍ତି ବୋଲି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ପ୍ରଶ୍ନ କରାଯାଇଛି। ସେ ଏହି କାମ ପାଇଁ ସରକାରଙ୍କ ଠାରୁ କୌଣସି ପ୍ରୋତ୍ସାହନ ରାଶି ବା ଅନ୍ୟ ସୁବିଧା ଖୋଜୁନାହାନ୍ତି। କେବଳ ଜନସାଧାରଣ ଙ୍କୁ ଏ ଦୁଃଖ ରୁ ଦୂର କରିବା ପାଇଁ ଏକ ସେବାର ମନୋଭାବ ନେଇ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।
ସେନା ପକ୍ଷରୁ ଆହୁରି କୁହାଯାଇଛି ଯେ ମେଡିକାଲ ବିଜ୍ଞାନ ମାତ୍ର ୩୦୦-୪୦୦ ବର୍ଷରୁ ଅଛି, କିନ୍ତୁ ହିନ୍ଦୁ ଶାସ୍ତ୍ର ଓ ଦିବ୍ୟ ବିଦ୍ୟା ହଜାର ହଜାର ବର୍ଷରୁ ଅଛି। ଆଜି ଠୁ ୧୦୦ ବର୍ଷ ପୂର୍ବେ ଯେବେ ପ୍ଲେଗ ରୋଗ ନିଜର କାୟା ବିସ୍ତାର କରିଥିଲା ସେ ସମୟରେ କେଉଁ ବିଜ୍ଞାନ ସେ ରୋଗକୁ ବିନାଶ କଲା ବୋଲି ପ୍ରଶ୍ନ ଉଠିଛି। ବିଶ୍ୱରେ ରେକି ଚିକିତ୍ସା ମାନ୍ୟତା ପ୍ରାପ୍ତ ପାଇଛି। ଏହା ମଧ୍ୟ ଏକ ପ୍ରକାରର ସ୍ପର୍ଶ ଓ ଭାବ ଶକ୍ତି କୁ ଆଧାର କରି ଏକ ଚିକିତ୍ସା ପଦ୍ଧତି। ପାଶ୍ଚାୟତ ଦେଶରେ ଏହା ବହୁ ମାତ୍ରାରେ ବିସ୍ତାରିତ।
ଯଦି ବାବା ଆର୍ତ୍ତତ୍ରାଣ ଏଭଳି କୌଣସି ଶକ୍ତିର ବିଶେଷଜ୍ଞ ଥାଇ କରୋନା ରୋଗ ଭଲ କରି ଦେବେ ବୋଲି ଦାବି କରୁଛନ୍ତି ତେବେ ସରକାର ତାଙ୍କୁ ଏହି କାର୍ଯ୍ୟ ନିଜସ୍ୱ ସୁରକ୍ଷା ବଳରେ କରିବାକୁ ଅନୁମତି ଦିଅନ୍ତୁ ବୋଲି ଓଡ଼ିଶା ସୁରକ୍ଷା ପକ୍ଷରୁ କୁହାଯାଇଛି। ଯଦି ଏ କାର୍ଯ୍ୟ ରେ ବାବା ଙ୍କର କିଛି ହୁଏ ତେବେ ଏହାର ଉତ୍ତରଦାୟୀ ସେ ନିଜେ ରହିବେ ବୋଲି ମଧ୍ୟ କହିଛନ୍ତି ।
ଏଭଳି ଜଣେ ନିସ୍ୱାର୍ଥ, ନିରପେକ୍ଷ ଚିନ୍ତାଧାରା ର ଯୋଦ୍ଧାଙ୍କୁ ଏହି କୋରୋନା ଯୁଦ୍ଧରେ ସାମିଲ ହେବାକୁ ସରକାର ଅନୁମତି ଦେବା ଉଚିତ। ଗୋଟେ ପଟେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ମହାମାରୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନ ଜୀବନ ବଞ୍ଚେଇବା ପାଇଁ ଉଦ୍ୟମ ରଖିଛନ୍ତି। ଏହି ପାଇଁ ଉଭୟ ସରକାର ପ୍ରଶଂସାର ପାତ୍ର ଅଟନ୍ତି। ଏଭଳି ଏକ ଘଡ଼ି ସନ୍ଧି ସମୟରେ ଯେବେ ଜଣେ ବ୍ୟକ୍ତି କରୋନା କୁ ଭଲ କରି ପାରିବେ ଏବଂ ବିନା କିଛି ଅର୍ଥ ରାଶି ଖର୍ଚ୍ଚ କରି ଯଦି କରୋନା ରୁ ଆରୋଗ୍ୟ ଲାଭ କରି ପାରିବେ ତେବେ ସରକାର ତାଙ୍କୁ ଥରେ ସୁଯୋଗ ଦେବାରେ କିଛି ଅସୁବିଧା ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।
ଏହା ସହିତ କେତେ ବ୍ୟକ୍ତି ବିଶେଷ ବାବା ଆର୍ତ୍ତତ୍ରାଣଙ୍କ ସହିତ ହିନ୍ଦୁ ଶାସ୍ତ୍ର ଓ ମନ୍ତ୍ର ଶକ୍ତି ଉପରେ କଟୁ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। କିଛି ବ୍ୟକ୍ତି ଅତି ଅଶୋଭନୀୟ ଭାଷା ପ୍ରୟୋଗ କରି ନିଜର ଶସ୍ତା ପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଭଳି ଅଶୋଭନୀୟ ଭାଷା ଓ କଟୁ ଶବ୍ଦର ପ୍ରୟୋଗ କୁ ଓଡ଼ିଶା ସୁରକ୍ଷା ସେନା ଦୃଢ଼ ଭାବେ ନିନ୍ଦା କରୁଛି। ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ବାବା ଆର୍ତ୍ତତ୍ରାଣଙ୍କୁ ମିଡ଼ିଆ ଜରିଆରେ ବାର୍ତ୍ତା ଦେଇ ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଅଶୋଭନୀୟ ଭାଷା ପ୍ରୟୋଗ କରନ୍ତି ତେବେ ବାବା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ବିଷୟ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ଡା, ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ, ଦେବବ୍ରତ ମିଶ୍ର, ରାଜକିଶୋର ବାରିକ ଆଦି ପ୍ରମୁଖ ଉପସ୍ଥିତ ଥିଲେ।