ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ, ଜଣାନ୍ତୁ କଣ ପାଇ

Advertisement
Advertisement
Click for Any Complaint Regarding This News
AAA Online Services

ମହାରାଷ୍ଟ୍ର : କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ ଶୁକ୍ରବାର ରାତିରେ ଭିଲେ ପାର୍ଲେସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଳାରେ ଦରଜ ହେବା ସହ ସେମାନେ ସାମାନ୍ୟ ଜ୍ୱର ଏବଂ ସ୍ୱାଶକ୍ରୀୟ ରେ କଷ୍ଟ ଅନୁଭବ କରିବା ପରେ ସେମାନଙ୍କୁ ବୃହଣ ମୁମ୍ବାଇ ମ୍ୟୁନିସିପାଲ କର୍ପେରେସନ (ବିଏମ୍‌ସି) ପକ୍ଷରୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ସେମାନେ ନିଜ ଘର ‘ଜଲ୍‌ସା’ରେ ଆଇସୋଲେସନରେ ରହିଥିଲେ ।

ଜୁଲାଇ ୧୨ ତାରିଖରେ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାର କିଛି ଘଣ୍ଟା ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ କୋରୋନା ପଜିଟିଭ୍ ଆସିଥିଲା । କିନ୍ତୁ ପ୍ରାଥମିକ ଭାବେ ୪୬ ବର୍ଷୀୟା ଐଶ୍ୱର୍ଯ୍ୟା ଓ ୮ ବର୍ଷୀୟା ଆରାଧ୍ୟାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ନ ପାଇବାରୁ ସେମାନଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା ।

Please Share

Leave a Reply

Your email address will not be published. Required fields are marked *