ଯାଜପୁର : ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାର ବସ୍ , ଟ୍ରେନ ଏମିତିକି ନିଜର ଚାରିଚକିଆ ଯାନରେ ବାହାରକୁ ବାହାରିଲେ ସାମାଜିକ ଦୂରତା ନିୟମ ଲାଗୁ କରିଛନ୍ତି ଏହା ସହ ମାସ୍କ ପିନ୍ଧିବା ପୁରାପୁରି ବାଧ୍ୟ ଏହି ନିୟମ ନମାନିଲେ ସେଥିପାଇଁ ଜୋରିମାନା ଆଦାୟ କରାଯିବ ବୋଲିି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ଖୁଲା ଚାଲେଞ୍ଜ କରୁଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ଅଂଗାଳ ପଞ୍ଚାୟତ ନାଉପଣିଆ ନଦୀ ଘାଟରେ। ବରୀ ବିଂଝାରପୁର କୁ ସଂଯୋଗ କରୁଥିବା ନଦୀ ରେ ଡଙ୍ଗା ଚାଲୁଥିବା ବେଳେ ଅତି ବିପଦ ପୂର୍ଣ୍ଣ ଭାବରେ ଯାତ୍ରା କରୁଛନ୍ତି ଲୋକେ।
ଗୋଟିଏ ପଟେ ଜିଲ୍ଲା ତଥା ବ୍ଲକ୍ ରେ କରୋନା କାୟା ବିସ୍ତାର କରୁଥିବା ବେଳେ ଲୋକେ ଡଙ୍ଗାରେ ଦେହକୁ ଦେହ ଲାଗି ବିନା ମାକ୍ସ୍ ରେ ଡଙ୍ଗା ପାରି ହେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ବରୀ ବ୍ଲକ ଉଦୟନାଥ ପୁର ପଞ୍ଚାୟତର କହରାଗଣ୍ଡ ରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଉକ୍ତ ଅଞ୍ଚଳ କୁ ଆବଦ୍ଧ ଅଞ୍ଚଳ ଘୋଷଣା କରିଥିଲେ। ମାତ୍ର ଉକ୍ତ ଡଙ୍ଗା ବୋହୁଥିବା ନାଉରି ଜଣକ ଉକ୍ତ ଗ୍ରାମ ର ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଉକ୍ତ ଲୋକ ଜଣକ କିଭଳି ଆବଦ୍ଧ ଅଞ୍ଚଳରୁ ଆସି ବିନା ମାଷ୍କ୍ ରେ ଡଙ୍ଗା ବୋହୁଛନ୍ତୁ ତାହା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ମାତ୍ର କୋଭିଡ୍ ନିୟମ କୁ ନମାନି ଅର୍ଥ ଲୋଭରେ ନାଉରିଆ ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ନେଉଥିବା ବେଳେ ଏକା ସଙ୍ଗେ ରେ ବହୁ ମଟର ସାଇକେଲ , ସାଇକେଲ ଏବଂ ଗାଈ ମଧ୍ୟ ନେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।