ଶ୍ରୀନଗର : ଜମ୍ମୁ-କାଶ୍ମୀରର ସୋପିଆନରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ସେନା କୁ ବଡଧରଣର ସଫଳତା ମିଳିଛି । ଗୁଳି ବିନିମୟ ରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ଦ୍ୱିତୀୟ ଗୁଳିବିନିମୟ । ଗତ ୨୪ ଘଣ୍ଟାରେ ସେନା ର ଆତଙ୍କବାଦୀ ଅଲାଆଉତ୍ କୁ ସଫଳତା ମିଳିଛି ଦୁଇଟି ଯାଗାରେ ହୋଇ ଥିବା ଗୁଳିବିନିମୟ ରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।
ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ମାନେ କେତେକ ସ୍ଥାନରେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ଜମ୍ମୁକାଶ୍ମୀର ପୋଲିସ, ସେନା ଓ ସିଆରପିଏଫ ଯବାନଙ୍କ ମିଳିତ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ । ଏହାର ଉଚିତ ଜବାବ ଦେଇଥିଲେ ଯବାନ । ଫଳରେ ଜମ୍ମୁକାଶ୍ମୀର ପୋଲିସ, ସେନା ଓ ସିଆରପିଏଫ ଯବାନଙ୍କ ମିଳିତ ଉଦ୍ୟମ ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।