ବରଗଡ ଜିଲ୍ଲା ଖଣ୍ଡହତା ସ୍କୁଲ ସାମ୍ନାରେ ଧାରଣା ଦେଲେ ପୂର୍ବତନ ଛାତ୍ରଛାତ୍ରୀ

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ:(ସୁବ୍ରତ କୁମାର ବିର୍ତ୍ତିଆ) ବରଗଡ଼ ନିକଟସ୍ଥ ଖଣ୍ଡହତା ଗ୍ରାମରେ ଶିକ୍ଷକ ମାନଙ୍କ ଅବହେଳା ଯୋଗୁଁ ଖଣ୍ଡହତା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହୋଉଥିବାରୁ ଅନେକ ଦିନରୁ ଅଭିଯୋଗ ଆସୁଥିଲା।ସେଥିପାଇଁ ଗ୍ରାମର କିଛି ସଚେତନ ଯୁବକ ତଥା ପୁର୍ବତନ ଛାତ୍ର ଆଜି ସକାଳୁ ସ୍କୁଲ ସମ୍ମୁଖରେ ସ୍କୁଲ କାର୍ଯ୍ୟକୁ ବ୍ୟାହତ ନକରି ସ୍କୁଲ ସାମନାରେ ଅନଶନରେ ବସିଥିଲେ।ତାଙ୍କର ଅଭିଯୋଗ ଥିଲା ଯେ,ସ୍କୁଲର କିଛି ଶିକ୍ଷକ ଶିକ୍ଷୟତ୍ରୀ ପରସ୍ପର ମଧ୍ୟ କଳି ଝଗଡ଼ା କରିବା ସହିତ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ବଦଳରେ ଅଶାନ୍ତି ସୃଷ୍ଟି କରୁଥିଲେ।କିଛି ସମୟ ଅନଶନରେ ବସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଖବର ପହଞ୍ଚିବାରୁ ଦୁଇଜଣ କର୍ମଚାରୀ ସ୍କୁଲକୁ ପହଞ୍ଚି ଆନ୍ଦୋଳନ କରୁଥିବା ଯୁବକ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପୁଣିଥରେ ବରଗଡ଼ କାର୍ଯ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ସେମାନଙ୍କୁ ଡକାଇ ବିଶୃଙ୍ଖଳା କରୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୋଟିଏ ସପ୍ତାହ ମଧ୍ୟରେ ବଦଳି କରିବାର ପ୍ରତିଶ୍ରୁତି ଦେଇଥିଲେ।ଆଜିର ଏହି ଆମରଣ ଅନଶନରେ ବସିଥିବା ଯୁବକ ମାନଙ୍କ ମଧ୍ୟରେ ରାକେଶ ସାହୁ,ବିଶ୍ବ ସାହୁ,ରିଲୁ ଶତପଥୀ, ଜୟନ୍ତ ବାରିକ, ଲୋକନାଥ ସାହୁ, ଦିପକ ମହାପାତ୍ର, ରଜତ ସାହୁ, କିଶୋର ପାତ୍ର, ଦିପକ ସେଠ୍,ନିମାଇ ମାରେହି ପ୍ରମୁଖ ଭୂମିକା ନେଇଥିଲେ।

Please Share

Leave a Reply

Your email address will not be published. Required fields are marked *