ଭଦ୍ରକ, କମଳା ପ୍ରସାଦ ମିଶ୍ର : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ର ବନ୍ଦlଳୋ ମଢିଆଳି ଗ୍ରାମପଂଚାୟତ ର ମହେଶପୁର ଗ୍ରାମ ଯାହା କି ସ୍ୱାଧୀନତା ର ଅନେକ ବର୍ଷ ବିତି ଗଲା ପରେ ବି ନା ଅଛି ଗାଁ କୁ ରାସ୍ତା ଗ୍ରାମ ବାସୀ ମାନେ ଅନେକ ଥର ପ୍ରଶାସନ ର ଦ୍ୱାରସ୍ଥ ହେଲା ପରେ ବି ମିଳିଛି ଖାଲି ମିଛ ପ୍ରତିଶୃତି . ଯାହା କି ଏହି ରାସ୍ତା ଟିରେ ପାଖା ପାଖି ପନ୍ଦରଶହ ଲୋକଙ୍କର ମୁଖ୍ୟ ରାସ୍ତା ଯଦି ରାସ୍ତା ର ଅବସ୍ଥା ଏପରି ରହେ ଲୋକ ମାନଙ୍କ ଅବସ୍ଥା କିପରି ଥିବ ଆପଣ ଏହି ଚିତ୍ର ରୁ ଦେଖିପାରୁଥିବେ . ନା ଗାଁ କୁ ଆସି ପାରୁଛି ଆମ୍ବୁଲାନ୍ସ ନା ଆସି ପାରୁଛି ଅତ୍ୟନ୍ତ ଆବଶ୍ୟକ ସାମଗ୍ରୀ .
ବର୍ଷା ଦିନ ରେ ନାହିଁ ନଥିବାର ଦୁଃଖ !ଯାହାକି ଏହି ଗାଁ ଟିରେ ବର୍ଷା ଦିନରେ ରୋଗରେ ପଡ଼ିଥିବା ରୋଗୀ ଟିକୁ ହସ୍ପିଟାଲ ନବା ପାଇଁ ଚାଲିଥାଏ ସଂଘର୍ଷ ରାସ୍ତା ଆଉ ଲୋକ ମାନଙ୍କ ମଧ୍ୟରେ! ଏବଂ ସେହି ଅଞ୍ଚଳର ଲୋକ ଙ୍କ କହିବା କଥା କି ଯଥା ଶୀଘ୍ର ରାସ୍ତା ଟିର ନିର୍ମାଣ ପାଇଁ ସରକାର ବ୍ୟାବସ୍ଥା କରନ୍ତୁ . ତେଣୁ ସରକାର ଏବଂ ପ୍ରଶାସନ ଏ ପ୍ରତି ଧ୍ୟାନ ଦେଇ ତୁରନ୍ତ କିଛି ପଦକ୍ଷେପ ନେବା ଆବଶ୍ୟକ ।