ମେଘବାହନ ପୁସ୍ତକ ର ଅନୁବାଦ ପାଇଁ ସାରଦା ରଥଙ୍କୁ ଓଡ଼ିଆ ସାହିତ୍ୟିକ ପୁରସ୍କାର

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟିକ ପୁରସ୍କାର ର ଘୋଷଣା କରାଯାଇଛି। ସାହିତ୍ୟର ବିଭିନ୍ନ ବର୍ଗର ୨୦ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।ସେମାନଙ୍କ ମଧ୍ୟରୁ ସଞ୍ଜରେ ଇନ୍ଫୋ ସିଷ୍ଟମସ ର ପରିଚାଳିକା ନିର୍ଦେଶୀକା ୭୮ ବର୍ଷୀୟ ଶ୍ରୀମତୀ ସାରଦା ରଥ ‘ମେଘବାହନ’ ବହିର ଅନୁବାଦ ପାଇଁ ପୁରସ୍କୃତ ହୋଇଛନ୍ତି।

ମୂଳ ବହିଟିକୁ ହିନ୍ଦୀ ସାହିତ୍ୟିକ ନିର୍ମଳ କୁମାର ଲେଖିଥିଲେ।ପ୍ରେମଚାନ୍ଦଙ୍କ ନିର୍ମଳା, ପ୍ରତିଜ୍ଞା, ଅମୃତା ପ୍ରୀତମ ଙ୍କ କୋରାକାଗଜ,ଦିଲ୍ଲୀ ଏମ୍ସ ର ପୂର୍ବତନ ନିର୍ଦେଶକ ଡ଼ଃ.ଅଶୋକ ମହାପାତ୍ର ଙ୍କ ହେଡ ଇଞ୍ଜୁରୀ, ବ୍ରେନ କ୍ୟାନ୍ସର ତଥା ଗୋଆ ରାଜ୍ୟପାଳ ମୃଦୁଳା ସିନହାଙ୍କର ପରିତତ୍ୱ ଲଙ୍କେଶ୍ୱରୀ ବହିକୁ ସେ ଅନୁବାଦ କରିଛନ୍ତି। ଏହି ପୁରସ୍କାର ପାଇଁ ଶ୍ରୀମତୀ ରଥ ପାଠକ ଓ ଓଡିଶା ସାହିତ୍ୟ ଏକାଡେମୀ କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *