କଟକ : ଆଜି ଓଡ଼ିଶା ସୁରକ୍ଷା ସେନା ର କଟକ ଶାଖା ସଦସ୍ୟଗଣ ପୁରିଘାଟ ଥାନାରେ ଏକ ଏତଲା ଦେଇଛନ୍ତି। କିଛି ଗୁଜବକାରୀ ସିଏମସି ନାମ ରେ ଏକ ଚିତ୍ର କରି ୨୧/୦୭/୨୦୨୦ ପର୍ଯ୍ୟନ୍ତ କଟକ ସଟ ଡାଉନ ରହିବ ବୋଲି ସାମାଜିକ ଗଣମାଧ୍ୟମ ରେ ପ୍ରସାରିତ କରିଛନ୍ତି।
ଏହି ଚିତ୍ର ଗୋଟିଏ ସାଧାରଣ ଚିତ୍ର ନୁହେଁ ବରଂ ସିଏମସି ଟ୍ୱିଟ ର ଚିତ୍ର କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଇଛି। ସରକାରୀ କାର୍ଯ୍ୟାଳୟ (ସିଏମସି) ଲୋଗୋ ଥାଇ ଏହି ଚିତ୍ର ଦ୍ୱାରା ଗୁଜବ ଜନମାନସ ରେ ଅତ୍ୟନ୍ତ ଆଘାତ ପହଞ୍ଚାଈଛି। ପରେ କଟକ ମହାନଗର ନିଗମ ତରଫରୁ ମଧ୍ୟ ଏହାକୁ ଖଣ୍ଡନ କରାଯାଇ ଏକ ଗୁଜବ ବୋଲି ଟୁଇଟର ମାଧ୍ୟମରେ କୁହାଯାଇଛି। ଏଭଳି ଗୁଜବ ପ୍ରସାର କରିବା ଭାରତୀୟ ସମ୍ବିଧାନ ର ଏପିଡେମିକ ଆକ୍ଟ ଅନୁସାରେ ଦଣ୍ଡ ବିଧାନ ପରିସର ଭୁକ୍ତ ଅଟେ ବୋଲି ଓଡ଼ିଶା ସୁରକ୍ଷା ସେନା ନିଜ ଏତଲାରେ ଦର୍ଶେଇଛି। ଏହା ସହିତ ଏଭଳି ଗୁଜବ ପ୍ରସାରିତ କରୁଥିବା ଓ ସରକାରୀ କାର୍ଯ୍ୟାଳୟ ଲୋଗୋ ଦେଇ ଏହି ଚିତ୍ର ତିଆରି କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା ସୁରକ୍ଷା ସେନା।
ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ସତ୍ୟବ୍ରତ ପଣ୍ଡା, ସବ୍ୟସାଚୀ ଶତପଥୀ, ଦେବବ୍ରତ ମିଶ୍ର, ପାର୍ଥସାରଥୀ ସ୍ୱାଇଁ , ରାଜକିଶୋର ବାରିକ ମାନେ ପ୍ରମୁଖ ଉପସ୍ଥିତ ରହି ଏତଲା ଦେଇ ଥିଲେ।