ଗୁପ୍ତଚର ବୃତ୍ତି ପାଇଁ ପାକିସ୍ତାନ ସେନା ଜେନେରାଲଙ୍କୁ ଆଜୀବନ କାରାଦଣ୍ଡ ସହ ବ୍ରିଗେଡେୟରଙ୍କୁ ମିଳିଲା ମୃତ୍ୟୁଦଣ୍ଡ।

Advertisement
Advertisement
Click for Any Complaint Regarding This News
AAA Online Services

ନୂଆଦିଲ୍ଲୀ : ଗୁପ୍ତଚର ବୃତ୍ତି ପାଇଁ ଜଣେ ପାକିସ୍ତାନ ସେନା ଜେନେରାଲଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ସହ ଜଣେ ବ୍ରିଗେଡେୟରଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ହିତ କରାଯାଇଥିବା ଜଣାପଡ଼ିଛି । ସେନା ସହ ସମ୍ବନ୍ଧିତ ଗୁପ୍ତ ଏବଂ ସମ୍ବେଦନଶୀଳ ତଥ୍ୟକୁ ବିଦେଶୀ ଏଜେନ୍ସିଙ୍କୁ ଦେଇଥିବାରୁ ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କ ଅଧ୍ୟକ୍ଷତାରେ ଗଠିତ ସାମରିକ ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି । ଏହି ଦଣ୍ଡ ଶୁଣାଯିବା ପରେ ଏବେ ଅବସର ନେଇ ସାରିଥିବା ଲେପ୍ଟନାଣ୍ଟ ଜେନେରାଲ ଜାଭେଦ ଇକ୍‌ବାଲଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି ।

ଏହା ସହ ଅବସର ନେଇ ସାରିଥିବା ବ୍ରିଗେଡିୟର ରାଜା ରଜ୍‌ଓ୍ଵାନଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ରାଜା ରଜ୍‌ଓ୍ଵାନଙ୍କ ସହ ଜଣେ କାର୍ଯ୍ୟରତ ସେନା ଡ଼ାକ୍ତରଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ମିଳିଥିବା ଜଣାପଡ଼ିଛି । ତେବେ ଏହି ଘଟଣା କେବେ ଏବଂ କେମିତି ସାମ୍ନାକୁ ଆସିଥିଲା, ଅବସର ନେବା ପୂର୍ବରୁ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା କି ନାହିଁ, ସେ ନେଇ ପାକିସ୍ତାନ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Please Share

Leave a Reply

Your email address will not be published. Required fields are marked *