ଭୋଗରାଇ : ପ୍ରଖ୍ଯାତ ନାଟ୍ଯକାର, ନିର୍ଦ୍ଦେଶକ, କବି, ଗୀତିନାଟ୍ଯ ରଚୟିତା, ପ୍ରବୀଣ ଚିକିତ୍ସକ ରଘୁନାଥ ଭାୟାଙ୍କର 67 ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ଦିବଂଗତ ରଘୁନାଥ ଭାୟା ୧୯୫୩ ମସିହାରେ ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତି-1 ଗ୍ରା ପ ସ୍ଥ ନଥିପୁର ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ନିଜର ଅସାଧାରଣ ପ୍ରତିଭା ବଳରେ ଗ୍ରାମାଞ୍ଚଳର ଶତାଧିକ ଗରିବ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦାନ ସହ ତତ୍କାଳୀନ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଇଲାକା ଭାବେ ପରିଚିତ ଏତଦ୍ ଅଞ୍ଚଳର ଏକ ପ୍ରବୀଣ ଘରୋଇ ଚିକିତ୍ସକ ଭାବେ ଖୁବ୍ ଜନପ୍ରିୟତା ଲାଭ କରିଥିଲେ ।
ଜଣେ ପ୍ରଖ୍ଯାତ ନାଟ୍ଯକାର ଓ ନିର୍ଦ୍ଦେଶକ ଭାବେ ତାଙ୍କ ଦ୍ୱାରା ରଚିତ ନାଟକ ‘ଦୁଇ ଟୋପା ଅଶ୍ରୁ ‘ ‘ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ’ ଗୀତିନାଟ୍ଯ ‘ଦାତା କର୍ଣ୍ଣ’ ‘ସତୀ ଅନୁସୂୟା ‘ ଆଦି ବହୁ ନାଟକ ୯୦ ଦଶକରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଯଦ୍ୱାରା ରାଜ୍ୟର ବହୁ ଅନୁଷ୍ଠାନ ସହିତ ରାଜ୍ୟ ଯୁବ ସେବା ବିଭାଗ ଦ୍ବାରା ସେ ସମ୍ୱର୍ଦ୍ଧିତ ହୋଇଛନ୍ତି । ଏଥିସହ ସେ ଶତାଧିକ କବିତା ଓ ପ୍ରବନ୍ଧ ରଚନା କରିଛନ୍ତି । ସେ ଦୀର୍ଘ ଦନରୁ ମଧୁମେହ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିବା ଅବସରରେ ଗତକାଲି ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କକରାଯାଇଥିଲା ଏବଂ ଆଜି ପୂର୍ବାହ୍ନରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାକ୍ଷଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଏ ଅବସରରେ ତାଙ୍କ ପାଇଁ ଗିରିଶ ଚନ୍ଦ୍ର ପରିଡା ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଆତ୍ମା ଯେଉଁଠି ବି ଥାଉ ଭଲରେ ଥାଉ ଏତିକି ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା କରିଛନ୍ତି