କଟକ, (ସତ୍ୟବ୍ରତ ପଣ୍ଡା) : ଶ୍ରୀକ୍ଷେତ୍ର ପୁରୀକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ଏହି କ୍ଷେତ୍ରକୁ ମର୍ତ୍ତ୍ୟର ବୈକୁଣ୍ଠ ଭାଵରେ ବିବେଚନା କରାଯାଏ। ଯେଉଁଠି ଭଗବାନ ବିଷ୍ଣୁ ଜଗନ୍ନାଥ ଭାବରେ ବଡ଼ଦେଉଳରେ ବାସ କରନ୍ତି।ତେଣୁ କୌଣସି ଲୋକ ମୃତ୍ୟୁ ବରଣ କଲେ ତାର ଶବକୁ ସ୍ବର୍ଗଦ୍ୱାରରେ ସସଙ୍କାର କଲେ ସେହି ଆତ୍ମା ସ୍ୱର୍ଗଲୋକ ପ୍ରାପ୍ତି ହୁଏ । ପୁରୀରେ ଥିବା ସ୍ୱର୍ଗଦ୍ୱାର ହିନ୍ଦୁମାନଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ଅଟେ।ଏହି ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗ ଭାବରେ ଗଣନା କରାଯାଏ। ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ପୁନଃ ଜନ୍ମର ମୁକ୍ତି ପାଇଥାଏ।
ତେଣୁ ବର୍ତ୍ତମାନ କରୋନା କଟକଣାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ଚରମ ନିଷ୍ପତ୍ତି ନେଇଛି।ଏହି ସ୍ୱର୍ଗଦ୍ୱାରକୁ ଆମ ସ୍ଥାନୀୟ ଲୋକ ରାଜ୍ୟ ଲୋକ ନୁହେଁ , ବାହାର ରାଜ୍ୟର ମଧ୍ୟ୍ୟ ଅନେକ ଶବଦାହ ଓ ଅସ୍ଥି ବିସର୍ଜନ ପାଇଁ ଆସିଥାନ୍ତି।ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାହାର ଜିଲ୍ଲା ଓ ରାଜ୍ୟର କୌଣସି ଶବ ପୁରୀକୁ ଆସିବ ବାରଣ କରାଯାଇଛି। ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ହିନ୍ଦୁ ଧର୍ମକୁ ବହୁତ କୁଠାରାଘାତ ଦେଇଛି। ତେଣୁ ଏଭଳି ଚରମ ନିଷ୍ପତ୍ତି କେବେ ହିନ୍ଦୁ ଧର୍ମର ଓ ଜାତିର ମଙ୍ଗଳ ହୋଇପାରେନା ।ପୁରୀରେ ବାହାର ରାଜ୍ୟ ଓ ଜିଲ୍ଲା ଶବକୁ ମନା ନାଁ ଆଉ କଣ !? କୋଭିଡ 19 ନୀତିନିୟମକୁ ମାନି ଏହିଭଳି ନିଷ୍ପତ୍ତିକୁ ପରିବର୍ତ୍ତନ କରି ଶବକୁ ପୁରୀ ସ୍ୱର୍ଗଦ୍ୱାର ଯିବାକୁ ଅନୁମତି ଦବାକୁ ଓଡ଼ିଶା ସୁରକ୍ଷା ସେନାର ରାଜ୍ୟ ସଭାପତି ଅଭିଶେକ ଯୋଶୀ ସରକାର ନିକଟରେ ଦାବି କରିଛନ୍ତି।