ସାଧୁ, ସନ୍ଥ ଓ ପୂଜକ ମାନଙ୍କୁ ସରକାର ଅବହେଳା କରୁଛି – ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର :  ମହାମାରୀ କରୋନାରେ ସାରା ବିଶ୍ୱ ପଡ଼ିଥିବା ବେଳେ ଓଡିଶାର ଲୋକ ମାନେ ବହୁ ଅସୁବିଧା ଦେଇ ଗତି କରୁଛନ୍ତି କିନ୍ତୁ ବଡ ବିଡମ୍ବନାର ବିଷୟ ଯେ ଓଡିଶାରେ ବସ ବାସ କରୁଥିବା ସାଧୁସନ୍ଥ ଓ ଛୋଟ ବଡ ମନ୍ଦିର ମାନଙ୍କର ଦୃଦଶା କହିଲେ ନ ସରେ | ରାଜ୍ୟ ସରକାର ବହୁ ବର୍ଗର ଲୋକ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି | ଯେଉଁ ଲୋକ ମାନଙ୍କର ରାସନ କାର୍ଡ ଅଛି ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇବା ସହିତ ଅନ୍ୟ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି ବୋଲି ରାଜ୍ୟ ସରକାର ଵିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି |ପୁରୀସ୍ଥିତ ବିଭିନ୍ନ ମଠ ଓ ମନ୍ଦିର ଭାଙ୍ଗିଦିଅଯାଉଛି | ସେଠାରେ ବସ ବାସ କରୁଥିବା ସାଧୁ ସନ୍ଥ ଓ ପୂଜକ ମାନଙ୍କର ରହିବା ଏବଂ ପ୍ରସାଦ ସେବନ କରିବା ପାଇଁ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହୋଇ ପଡୁଛି | ସାଧୁ ସନ୍ଥ ଓ ପୂଜକ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି |ସେମାନଙ୍କ ପ୍ରତି ସରକାରଙ୍କର କୌଣସି ଦିଗରେ ନିଘା ନାହିଁ |ସେମାନଙ୍କୁ ଅଣ ଦେଖା କରାଯାଉଛି |

ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ

ଏହା ଭିତରେ ମହାମାରୀ କରୋନା ୫ ମାସ ବିତିଗଲାଣି ଗରିବ ଆଳରେ ସରକାର ଲୋକମାନଙ୍କ ପାଇଁ ବହୁ ଯୋଜନା କରୁଛନ୍ତି କିନ୍ତୁ ସାଧୁ ସନ୍ଥ ଓ ପୂଜକ ମାନଙ୍କ ପ୍ରତି ଅବହେଳା କାହିଁକି? ସେମାନେ ବିଗତ ୫ ମାସ ଧରି କେମିତି ଅଛନ୍ତି ସରକାର ଏଥି ପ୍ରତି କେବେ ଧ୍ୟାନ ଦେଇଛନ୍ତି? ଏମାନଙ୍କର ରାସନ କାର୍ଡ ମଧ୍ୟ ନାହିଁ, ଓଡିଶାରେ ପ୍ରାୟତଃ ୩ ଲକ୍ଷ ରୁ ଚାରି ଲକ୍ଷ ସାଧୁ ସନ୍ଥ ଥିବାବେଳେ ୫ ଲକ୍ଷରୁ ୭ ଲକ୍ଷ ପୂଜକ ଅଛନ୍ତି | ସରକାର ଏମାନଙ୍କ ପାଇଁ ମାସିକ ପେନସନ ଏବଂ ରାସନ ସାମଗ୍ରୀ ଆଦି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଜଗତଗୁରୁ ରାମାନନ୍ଦଆଚାର୍ଯ୍ୟ ଉତ୍କଳ ପୀଠାଧୀସ୍ୱର ଶ୍ରୀ ସ୍ୱାମୀ ଅରୂପାନନ୍ଦ ଆଚାର୍ଯ୍ୟ ଦାବୀ କରିଛନ୍ତି |

Please Share

Leave a Reply

Your email address will not be published. Required fields are marked *