ଜଗତସିଂହପୁର ଜିଲ୍ଲାର ଟାଣୁଆ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର, (ରମେଶ ମହାନ୍ତି): ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଜି ପରଲୋକ ଘଟିଛି l ବ୍ରେନ୍ ହାମରେଜ୍ ଯୋଗୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସିତ ହେଉଥିବା ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ l ୧୯୫୪ ଅକ୍ଟୋବର ୯ରେ ସେ ଜନ୍ମଗ୍ରହଣ କରିଥିଲେ l ଛାତ୍ର ରାଜନୀତିରୁ ସେ ରାଜନୀତି ଆରମ୍ଭ କରିଥିଲେ l ୧୯୯୦ ମସିହାରେ ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ l ସେ ରାଜ୍ୟ ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥଲେ l

୨୦୧୪ ନିର୍ବାଚନରେ ସେ ନିଜର ପାରମ୍ପରିକ ଆସନ ଜଗତସିଂହପୁରରୁ ପରାଜୟ ସ୍ୱୀକାର କରିଥିବା ବେଳେ ୨୦୧୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ l ପରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ହୋଇଥିଲେ l ଗତ ୨୦୧୯ ମସିହାରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି l ମନ୍ତ୍ରୀ ରଘୁନନ୍ଦନ ଦାସ , ବିଧାୟକ ବୋୖମକେଶ ରାୟ ପ୍ରମୁଖ ହସ୍ପିଟାଲରେ ପହଂଚି ଶେଷ ଦର୍ଶନ କରିଛନ୍ତି l ଆସନ୍ତାକାଲି ତାଙ୍କର ମରଶରୀର ବିଜୁ ଜନତା କାର୍ଯ୍ୟାଳୟ ସହ ବିଧାନସଭା ପରିସରକୁ ନିଆଯିବା ପରେ ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପରିକ୍ରମା ପରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ ବୋଲି କୁହାଯାଉଛି l

Please Share

Leave a Reply

Your email address will not be published. Required fields are marked *