ଗରିବଙ୍କ ପାଇଁ ଆସୁଥିବା ଅଣ୍ଡା ଓ ଛତୁଆ ଖାଉଛନ୍ତି ଅଙ୍ଗନୱାଡ଼ି ଦିଦି

Advertisement
Advertisement
Click for Any Complaint Regarding This News
AAA Online Services

କଳାହାଣ୍ଡି : ଓଡ଼ିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଗର୍ଭବତୀ ପ୍ରସୂତୀ ଓ ଶିଶୁ ବିକାଶ ପାଇଁ କିନ୍ତୁ ପହଞ୍ଚି ପାରୁନି ରାଜେନ୍ଦ୍ର ନିଆଲ ଙ୍କ ଦୁଇ ପୁଅ ପାଖରେ । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧାମନପୂର୍ ପଞ୍ଚାୟତ ସ୍ଥିତ ଦେଝର ଅଙ୍ଗନୱାଡ଼ି କେନ୍ଦ୍ରରେ ରାଜେନ୍ଦ୍ର ଓ ତାଙ୍କ ପତ୍ନୀ ବୈଦେଇ ଦୁଇ ପୁଅ ଙ୍କୁ ଧରି ତେଲେଙ୍ଗାନା କୁ କାମ କରିବା ପାଇଁ ଯାଇଥିଲେ । ସେଠାରେ କିଛି ଦିନ ବିତି ଯିବା ପରେ ଲକ ଡାଉନ୍ ହେଇ ଯିବାରୁ ଜୁନ ୧୫ ତାରିଖ ଦିନ କେନ୍ଦୂପାଠି ସଂଗରୋଧ କେନ୍ଦ୍ରକୁ ଆସି ୧୪ ଦିନ ରହିଲା ପରେ ୨୮ ଜୁନ କୁ ନିଜ ଗାଁ ଦେଝର କୁ ଆସି ଥିଲେ ।

ଜୁଲାଇ ୧ ତାରିଖ ଦିନ ନିଜ ଗାଁ ର ଅଙ୍ଗନୱାଡି କେନ୍ଦ୍ରକୁ ଅଣ୍ଡା ଓ ଛତୁଆ ଆଣିବା ପାଇଁ ଯାଇଥିଲେ । ଅଙ୍ଗନୱାଡ଼ି ଦିଦି କୁଞ୍ଜଲତା ସାହୁ ଙ୍କୁ ଛତୁଆ ଓ ଅଣ୍ଡା ମାଗି ବାରୁ ‘ତୁ ଦାଦନ ଖଟିବା ପାଇଁ ଯାଇଥିଲୁ ତୋତେ ଖାଦ୍ୟ ମିଳିବ ନାହିଁ’ ବୋଲି ଖରାପ୍ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏଠି ପ୍ରଶ୍ନ ଉଟୁଛି ଗରିବ ଖଟିଖୀଆଙ୍କ ପାଇଁ କଣ ଛତୁଆ ଅଣ୍ଡା ଆସୁନି ।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

କଳାହାଣ୍ଡି ଜିଲ୍ଲାରୁ ବବୁଲୁ ସାହୁ ଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *