କରୋନା ଆକ୍ରାନ୍ତଙ୍କ ମାନସିକ ଦୁର୍ବଳତାକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ

Advertisement
Advertisement
Click for Any Complaint Regarding This News
AAA Online Services

କଟକ, (ରମାକାନ୍ତ ପଣ୍ଡା) : ଆଜି କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ କିଛି ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କୁ କରୋନା ଚିହ୍ନଟ ପରେ ସେମାନଙ୍କୁ ଗାଡ଼ିରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସମୟରେ ସେମାନେ ଯେଉଁଭଳି ଭାବରେ ଗାଡ଼ିରୁ ଓଲ୍ହାଇ ଅନ୍ୟ ସାଧାରଣ ଲୋକଙ୍କୁ ଗୋଡାଇ ଗୋଡ଼ାଇ ଛୁଇଁବା ପାଇଁ ଚେଷ୍ଟା କରିଥିଲେ ଓ ସେହି ଭିଡ଼ିଓ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଯେଉଁମାନଙ୍କ କ୍ଷେତ୍ରରେ ଟେଷ୍ଟ ପରେ କରୋନା ସଂକ୍ରମଣ ପଜେଟିଭି ମିଳୁଛି ସେମାନେ ମାନସିକ ଭାବେ ଏତେ ଦୁର୍ବଳ ଓ ପ୍ରତିଶୋଧ ପରାୟଣ ହୋଇ ଉଠୁଛନ୍ତି ଯେ ସେମାନେ ଏକ ପ୍ରକାର ନିଜେ ଯଦି ମରିବା ତେବେ ଅନ୍ୟ କେତେକଙ୍କୁ ମଧ୍ୟ ମାରିଦେବାର ହିଂସ୍ରଙ୍କ ଭାବନା ସେମାନଙ୍କ ମନ ମଧ୍ୟରେ ସୃଷ୍ଟି ହେଉଛି, ଏହି ପ୍ରକାର ଭାବନା ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ କ୍ଷତି କାରକ ଓ ଏ ପ୍ରସଙ୍ଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ପରିସ୍ଥିତିରେ ଜନ ସଚେତନତା ସୃଷ୍ଟି ହେବା ସହିତ କରୋନା ରୋଗୀ ମାନଙ୍କୁ କିଭଳି ଭାବେ ମାନସିକ ଚାପରୁ ମୁକ୍ତ କରିହେବ ତାହା ମୁଖ୍ୟ ପ୍ରସଙ୍ଗ ।

ବର୍ତ୍ତମାନ ପ୍ରଥମେ କରୋନା ସଂକ୍ରମଣ ବ୍ୟକ୍ତି ବିଶେଷଙ୍କୁ କିପରି ମାନସିକ ଚାପରୁ ମୁକ୍ତି ମିଳିବ ସେ ସଂକ୍ରାନ୍ତରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ଓ ଏ ବାବଦରେ ଗଣମାଧ୍ୟମର ସହାୟତା ନେଇ କରୋନା ରୋଗୀ ମାନଙ୍କ ମଧ୍ୟରେ ସୃଷ୍ଟି ହେଇଥିବା ନିରାଶା ଭାବନାକୁ ଦୂରୀଭୂତ କରି ଆଶାର ଆଲୋକ ସଂଚାର କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କଲେ ଆଜି ଯେଉଁ ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ଆଗକୁ ଆଉ ହେବନାହିଁ ବୋଲି ଆଶା ପୋଷଣ କରାଯାଇପାରେ ।

Please Share

Leave a Reply

Your email address will not be published. Required fields are marked *