ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଳାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ଚିକିତ୍ସକ ମାନଙ୍କୁ କୋଭିଡ୍ ୧୯ ପରିଚାଳନାଗତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ସତର୍କତା ଉପରେ ଗୁରୁତ୍ବ ଆରୋପ କରିଥିଲେ ।
ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଜଣେ କୋଭିଡ୍ ସମ୍ପର୍କିତ ପରିଚାଳକ ମନିଟର ରହିବେ, ସେମାନେ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମଣକୁ ରୋକିବା ନିମନ୍ତେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବେ । ବିଶେଷକରି କାର୍ଯ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ, କାର୍ଯ୍ୟାଳୟ ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ କାର୍ଯ୍ୟ କରିବା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ମାସ୍କ ଗୁଡିକ ଚଉଡା ହେବା ଦରକାର ଯାହାକି ଉଭୟ ନାକ ଓ ପାଟିକୁ ଭଲଭାବେ ଘୋଡାଇ ରଖିପାରିବ । ବ୍ଲକ୍ ଏବଂ ଗ୍ରାମାଞ୍ଚଳ ସ୍ତରରେ ସରପଞ୍ଚ ମାନଙ୍କ ସହିତ ମିଶି କୋଭିଡ୍ ପରିଚାଳନାଗତ ସଭା କରିବେ ।
ଗାଁ ରେ ଦେଖାଦେଉଥିବା ସମସ୍ୟା ଗୁଡିକ ସରପଞ୍ଚ ମାନଙ୍କ ଦୃଷ୍ଟିକୁ ଆଣିବାପାଇଁ ଜିଲ୍ଲାପାଳ ଜଣାଇଥିଲେ । କୋଭିଡ୍ ପରିଚାଳନାଗତ ସଭାସ୍ଥଳ ଗୁଡିକ ଖୋଲା ସ୍ଥାନରେ ଆଯୋଜନ କରିବାପାଇଁ ପରାମର୍ଶ ଦେଇଥିଲେ, ଯଦି କୋଠରୀରେ ଆୟୋଜିତ ହେଉଛି ତେବେ ଝରକା କବାଟ ଖୋଲା ରଖିବା ଓ ସାନିଟାଇଜେସନ୍ କରିବା।