କଟକ: ୨୦୧୯ କ୍ରିକେଟ ବିଶ୍ଵକପ୍ରେ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ ଘଟିକା ସମୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଗତ କାଲି ହୋଇଥିବା ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରସ୍ତ ହୋଇ ବନ୍ଦ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମ ବେଟିଙ୍ଗ କରିବାର ନିଷ୍ପତ୍ତି ନେଇଥିଲା। ପରେ ୫ ୱିକେଟ ହରେଇ ୪୬.୧ ଓଭରେ ୨୧୧ରନ କରିବାରେ ସଫଳ ହୋଇଛି। ଆଜି ଏହାର ପରବର୍ତ୍ତୀ ମ୍ୟାଚ ହେବ।ସର୍ବାଧିକ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ଯଦି ଆଜି ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ହେବାରେ ବାଧା ହେଲା ତେବେ ଭାରତ ଫାଇନାଲରେ ପ୍ରବେଶ କରିଯିବ। ଟାଇଟଲ ହାତେଇବା ଲାଗି ଉଭୟ ଟିମ୍ ଦାବିଦାର ଥିବାରୁ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ମଞ୍ଚେଷ୍ଟରରେ ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ଏହି ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇଥିବାରୁ ମ୍ୟାଚ୍ରେ ଭାରତ ଭଲ ପ୍ରଦର୍ଶନ କରିବା ସହିତ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଫାଇନାଲରେ ନିଜର ସ୍ଥାନ ପକ୍କା କରିବ ବୋଲି ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ଅନ୍ୟପଟେ ବିଶ୍ଵକପ୍ରେ ଉଭୟ ଟିମ୍ ପରସ୍ପରକୁ ୮ଥର ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ଏବଂ ଭାରତ ୩ଟିରେ ବିଜୟ ହାସଲ କରିଛି। ପୂର୍ବରୁ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।
ଆଉ କିଛି ସମୟ ପରେ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା।
Click for Any Complaint Regarding This News
AAA Online Services