ମିନି ବ୍ୟାଙ୍କ କୁ ଟଙ୍କା ଉଠାଇଯାଇ ନାବାଳିକା ନିଖୋଜ , ଥାନାରେ ଅଭିଯୋଗ କଲେ ପରିବାର ବର୍ଗ

Advertisement
Advertisement
Click for Any Complaint Regarding This News
AAA Online Services

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ମିନି ବ୍ୟାଙ୍କ କୁ ଟଙ୍କା ଉଠାଇଯାଇ ନାବାଳିକା ନିଖୋଜ ଥିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଗିଗିନା ଗ୍ରାମ ପଞ୍ଚାୟତ ସ୍ଥିତ ଚୌକିପଦର ଗ୍ରାମର ଲିଙ୍ଗରାଜ ହରିଜନ(୫୦) ଓ ଅହଲ୍ୟା ହରିଜନ(୪୫)ଙ୍କ ନାବାଳିକା ଝିଅ କଳ୍ପନା ହରିଜନ (୧୬) ନିକଟସ୍ଥ ଗିଗିନା ମିନି ବ୍ୟାଙ୍କ୍ କୁ ଆକାଉଣ୍ଟ ରୁ ଟଙ୍କା ଉଠାଇବାକୁ ଆସିଥିଲେ ହେଲେ ୪ଦିନ ହେଲା ନାବାଳିକା ଘରକୁ ଫେରିନଥିଲେ । ନାବାଳିକା ଘରକୁ ନଫେରିବା ପରେ ପରିବାର ବର୍ଗ ଧର୍ଯ୍ୟହରା ହୋଇ ଚାରିଆଡେ ଖୋଜାଖୋଜି କରିଥିଲେ ହେଲେ ନାବାଳିକା ର କୌଣସି ସନ୍ଧାନ ପାଇନଥିଲେ । ପରେ ପରିବାର ବର୍ଗ ବିଶେଷ ସୂତ୍ରରୁ ଜାଣିବାକୁ ପାଇଲେଯେ ଉକ୍ତ ଗ୍ରାମର ଫକିର ହରିଜନ ଓ ପୁନି ହରିଜନଙ୍କ ପୁଅ ଶତ୍ରୁଘନ ହରିଜନ(୨୪) ନାବାଳିକା ନିଖୋଜ ହେବା ଦିନଠାରୁ ନିଖୋଜ ଅଛି ।  ଶତ୍ରୁଘନ ମାନ୍ୟରେ ନାବାଳିକା ର କାକା ପୁଅ ଭାଇ ଅଟେ ଏବଂ ତାର ଏକ ସ୍ତ୍ରୀ ଓ ଏକ ଆଠ ମାସର ପୁଅ ଥିବା ଜଣାପଡିଛି । ଏହି ଖବର ଜାଣିବା ପରେ ନାବାଳିକା ର ପରିବାର ବର୍ଗ ଶତୃଘନ ହିଁ ତାଙ୍କ ଝିଅକୁ ଅପହରଣ କରି ନେଇଥିବା ସନ୍ଦେହ କରି ପଲମ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଥିଲେ ।ପଲମ ଫାଣ୍ଡି ଅଧିକାରୀ ଶ୍ରୀ ଅସିତ୍ କୁମାର ପଣ୍ଡା ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କେସିଙ୍ଗା ଥାନାକୁ କେସ୍ ହସ୍ତାନ୍ତର କରିଥିଲେ । କେସିଙ୍ଗା ଥାନା IIC ଶ୍ରୀ ଅଶୋକ ମହାପାତ୍ର କେସ୍ ନଂ ୧୩୫/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ତଦନ୍ତ କରୁଛନ୍ତି ।ଏହି ଘଟଣାକୁ ନେଇ ଅନେକ ବୁଦ୍ଧିଜୀବୀ ମହଲରେ ଅନେକ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

କଳାହାଣ୍ଡି ରୁ ବବୁଲୁ ସାହୁ ଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *