ଗଜପତି ମହାରାଜାଙ୍କ ମହାଖୁଲାସା :-ରାଜ୍ୟସରକାର କରିଥିଲେ ଫିକ୍ସିଂଗ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲ ତୁରନ୍ତ ବହିଷ୍କାର କରନ୍ତୁ ସରକାର :-କଂଗ୍ରେସ

Advertisement
Advertisement
Click for Any Complaint Regarding This News
AAA Online Services
  • ଗଜପତି ମହାରାଜାଙ୍କ ମହାଖୁଲାସା:-ରାଜ୍ୟସରକାର କରିଥିଲେ ଫିକ୍ସିଂଗ

    ଆଇନମନ୍ତ୍ରୀ ଓ ଆଡଭୋକେଟ ଜନେରାଳଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ସରକାର:-କଂଗ୍ରେସ

ଭୁବନେଶ୍ୱର : ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ।ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଧିଷ୍ଟ NGO ସଂସ୍ଥା ସହ ଭିତିରିଆ ଫିକ୍ସିଂ କରିଥିଲେ।ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ବିସ୍ପୋରକ ବୟାନ ଏହି ଅଭିଯୋଗକୁ ପ୍ରମାଣ କରିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତି।ଏହା କହିଛନ୍ତି କି ଏକ ଚାନେଲ କୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜ ସ୍ପଷ୍ଟ ଭାବେ କହିଛନ୍ତି କି ରାଜ୍ୟସରକାର ସୁପ୍ରିମକୋର୍ଟ ରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗର କଥା କହିନଥିଲେ।ନବୀନବାବୁଙ୍କ ସରକାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ପିଟିସନକାରୀ NGO ଙ୍କ ଓକିଲଙ୍କ କଥା କହିଥିଲେ।ଯାହାକି ସମସ୍ତଙ୍କୁ ହତବାକ କରିଦେଇଥିଲା ବୋଲି ଗଜପତି କହିଛନ୍ତି।ଏଥିରୁ ସ୍ପଷ୍ଟ ଯେ କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର।ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି ସିଏ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନିଯାୟୀ ତାଙ୍କର ନିଷ୍ପତ୍ତି ଚୂଡାନ୍ତ ଅଥଚ ରାଜ୍ୟ ସରକାର ତାଙ୍କ ତିନି ତିନିଟା ଚିଠିର ଉତ୍ତର ମଧ୍ୟ ଦେଇନାହାନ୍ତୁ।

ଏ ଘଟଣାରୁ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିଜ ସନ୍ଦେହ ଘେରରେ।ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା।ତେଣୁ ପ୍ରତପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡିଶା ସରକାରଙ୍କ ଓକିଲ ହରିଷ ସାଲଭେ ଯେଭଳି ଭାବରେ ହଁ ରେ ହଁ ମାରିଲେ ,ଏ ବାବଦରେ ହରିଷ ସାଲଭେଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ ? ଏବଂ ଆଡଭୋକେଟ ଜେନେରାଲ ମହୀଦୟ କାହାପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି କଂଗ୍ରେସ ନେତା ଶ୍ରୀ ନାୟକ।

ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାଇତ୍ୱ ଛାଡିବା ପରେ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଚୁପ ବସି ପଡିବା ପାଇଁ ବୋଲି ଉତ୍ତର କଂଗ୍ରେସ ଚାହୁଁଛି ବୋଲି ଶ୍ରୀ ନାୟକ କହିଛନ୍ତି।କଂଗ୍ରେସ ପ୍ରଥମରୁ କହିଆସୁଥିଲା ରଥଯାତ୍ରା ହେଉ ବୋଲି,ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ।ପୁରୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଦାଶ ହାଇକୋର୍ଟ ରୁ ସୁପ୍ରିମକୋର୍ଟଙ୍କ ଶେଷ ଶୁଣାଣି ପର୍ଯ୍ୟନ୍ତ ଯାଇଥିଲେ।ତେଣୁ ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ଯଦି ନବିନବାବୁ ମିଳିତଭାବେ ଏହି ଷଡଯନ୍ତ୍ର ରଚି ନାହାନ୍ତି ତେବେ ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରନ୍ତୁ ଏବଂ ଆଇନମନ୍ତ୍ରୀ ଙ୍କୁ ତୁରନ୍ତ ପଦବୀରୁ ହଟାନ୍ତୁ।

Please Share

Leave a Reply

Your email address will not be published. Required fields are marked *