କଟକ : ଆଜି ପୂର୍ବାହ୍ନରେ କଟକ ମହାନଗର ନିଗମ ୯ ନମ୍ବର ୱାର୍ଡ ଷ୍ଟୂଆର୍ଟପାଟଣା ଅଞ୍ଚଳରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ କମ୍ୟୁନିଟି ହଲର ଶୁଭ ଶିଳାନ୍ୟାସ କରିଛନ୍ତି । ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ବିଧାୟକ ମୋକିମ ତାଙ୍କ ବିଧାୟକ ପାଣ୍ଠି ଅନୁଦାନରେ ଏହି ବହୁ ପ୍ରତିକ୍ଷୀତ କମ୍ୟୁନିଟି ହଲର ଶୁଭ ଶିଳାନ୍ୟାସ କରଯାଇଥିଲା । ତୁରନ୍ତ ଏହାକୁ ଶେଷ କରିବାକୁ ବିଧାୟକ ମୋକିମ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ଜନ ଆଶୁତୋଷ ଦାସ,ସଞ୍ଜୟ ସେନାପତି,ଗୁଣନୀଥି ପଲାଉ,ଚିରଂଜନ ବେହେରା,ସୁକୁମାର ପ୍ରଧାନ, ବିଜେନ ଦାସ,ରାଜେନ୍ଦ୍ର ପଣ୍ଡା,ମିଟୁ ବେହେରା,ଫଗୁ ନାୟକ,ସାଗର ନାୟକ ପ୍ରମୁଖ ବରିଷ୍ଠ ନାଗରିକ ଓ ମୁରବି ମାନେ ବିଧାୟକ ମୋକିମଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ କୃତଜ୍ଞାନତା ଓ ଶୁଭେଚ୍ଛା ଜଣାଇଇବା ସହିତ ୱାର୍ଡ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରିଥିଲେ । ପର୍ଯ୍ୟାୟ କ୍ରମେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ ।