କିଛି କ୍ଷଣ ପୂର୍ବରୁ ବହୁ ଅପେକ୍ଷାକୃତ ନିର୍ଦେଶ ଆସିକି ପହଂଚି ଚି। ସମସ୍ତଙ୍କ ଦୃଷ୍ଟି ସୁପ୍ରିମକୋର୍ଟ ନିର୍ଦେଶ ଉପରେ ଥିଲା। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ 3 ଜଣିଆ ଖଣ୍ଡପୀଠ ଆଜି ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ରାୟ ଦେଇଛନ୍ତି। ଏହି ରାୟ ପ୍ରକାଶ ପରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟାରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।
ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଏହି ଶୁଣାଣି ହେଇଥିଲା। ଦିନ ସାଢେ ୨ ଟାରେ ‘ରଥଯାତ୍ରା’ ପୁନଃବିଚାର ଆବେଦନର ଶୁଣାଣି ଆରମ୍ବ ହୋଇଥିଲା। ପ୍ରଧାନବିଚାରପତି ଏସ.ଏ ବୋବଡେ, ଜଷ୍ଟିସ ବୋପନ୍ନା, ଜଷ୍ଟିସ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିଲା ଓ ପରେ ରଥଯାତ୍ରା କୁ ଅନୁମତି ରାୟ ପ୍ରକାଶ ପାଇଛି।