ନାରୀ ଚରିତ୍ର

Advertisement
Advertisement
Click for Any Complaint Regarding This News
AAA Online Services

(କେଶବ ଚନ୍ଦ୍ର ନାୟକ)

ଏକ ସୁନ୍ଦର ଯୁବତୀ କୂଅରୁ ପାଣି କାଢି କଳସୀରେ ଭରୁଥିଲା । ଏତିକି ବେଳେ ଜଣେ ଯୁବକକୁ ତୃଷା ହେବାରୁ ସେହି କୂଅ ନିକଟକୁ ଆସି ପାଣି ମାଗିଲା। ଯୁବତୀ ଜଣ ସେହି ଯୁବକକୁ ପାଣି ପିଆଇଲା ପରେ ଯୁବକ ଜଣକ କହିଲା:- ନାରୀଙ୍କ ଚରିତ୍ର ନାରାୟଣଙ୍କୁ ଅଗୋଚର। ନାରୀଙ୍କୁ ଚିହ୍ନିବା ଭାରି କଷ୍ଟ। ଏତିକି ଶୁଣି ଯୁବତୀ ଜଣଙ୍କ ରାଗି ଗଲା ଏବଂ ଜୋରରେ ଚିତ୍କାର କଲା । ସେ କହିଲା :- ଲୋକମାନେ ଆସି ତୁମକୁ ପିଟିବେ ।ଯୁବକ ଜଣକ ଅତି କରୁଣ କଣ୍ଠରେ କହିଲା :- ମୁଁ କି ଅପରାଧ କଲି ଯେ ମତେ ଅକାରଣରେ ମାଡ ଖୁଆଇବ ?
ଯୁବତୀର ଚିତ୍କାର ଶୁଣି ଏତିକି ବେଳେ ଗାଁ ଲୋକମାନେ କୂଅ ମୂଳରେ ରୁଣ୍ଡ ହୋଇଗଲେ।ତା’ର ପୂର୍ବରୁ ଯୁବତୀଟି ନିଜ ଦେହରେ କଳସୀରେ ଥିବା ପାଣିକୁ ଢ଼ାଳି ଦେଇ କହିଲା:- ଏ ଯୁବକଟି ମତେ କୂଅରୁ ଉଦ୍ଧାର କଲା ! ଲୋକମାନେ ଶୁଣି ଯୁବକଟି କୁ ବହୁତ ପ୍ରଶଂସା କଲେ ଓ ସମ୍ମାନିତ କଲେ । ନିଜ କାନ୍ଧରେ ବସାଇ ନାଚିଲେ । କିଛି ସମୟ ପରେ ଲୋକମାନେ ଯେ ଯାହାର ରାସ୍ତାରେ ଚାଲି ଗଲେ। ଯୁବତୀ ଜଣ କହିଲା :- ୟେ ହେଲା ନାରୀ ଚରିତ୍ର । ନାରୀକୁ ସମ୍ମାନ ଦେଲେ ,ସେ ବି ଅନ୍ୟକୁ ସମ୍ମାନ ଦିଏ । ତାକୁ ଯଦି କିଏ ଅସମ୍ମାନ କରେ ତା’ ପରିଣାମ ଭୟାବହ ହୋଇଥାଏ । ଯୁବକଟି ନିଜର ଭୁଲ୍ ବୁଝିପାରି କ୍ଷମା ମାଗି ସେଠାରୁ ପଳାୟନ କଲା ।

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Please Share

Leave a Reply

Your email address will not be published. Required fields are marked *