ମାଲକାନଗିରି ଜିଲ୍ଲା ତଥା ସହରର ଅନ୍ୟତମ ପ୍ରସିଦ୍ଧ ଏବଂ ପୂରାତନ ଇଂରାଜୀ ମିଡିୟମ ବିଦ୍ୟାଳୟ,ଆଇ ଏମ୍ ଏସ ଟି ନର୍ସରୀ ଏବଂ ହାଇସ୍କୁଲ ର ୪୮ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ସପ୍ତାହ ବ୍ୟାପୀ ଚାଲିଥିବା ଏହି ଉତ୍ସବକୁ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଶ୍ରୀ ଶିବ ପ୍ରସାଦ କୀର୍ତ୍ତନିୟା ଏବଂ ଅବସରପ୍ରାପ୍ତ ଭାଇସ ପ୍ରିନ୍ସିପାଲ ଶ୍ରୀମତୀ ପୁଷ୍ପାମଞ୍ଜରୀ ଦେବୀ ଜାତୀୟ ପତାକା ଓ କ୍ରୀଡ଼ା ପତାକା ଉତ୍ତୋଳନ ଏବଂ କ୍ରୀଡ଼ା ମଶାଲ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ସପ୍ତାହ ବ୍ୟାପୀ ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କୁ ଚାରୋଟି ବିଭାଗ ଯଥା: ବ୍ଲୁ, ରେଡ୍, ଗ୍ରୀନ ଏବଂ ୟେଲୋ ହାଉସ ରେ ବିଭକ୍ତ କରାଯାଇ ଥିଲା। ଛାତ୍ରଛାତ୍ରୀ ମାନେ ନିଜ ନିଜ ହାଉସ ତରଫରୁ ବିଭିନ୍ନ ଦୁରତ୍ଵର ଦୌଡ଼, ରିଲେ ରେସ,ହାଇ ଜମ୍ପ, ଲଂ ଜମ୍ପ, ସଟପୁଟ୍, ଡିସକସ ଥ୍ରୋ ଫୁଟବଲ, ଭଲିବଲ, କବାଡି, ବ୍ୟାଡମିଣ୍ଟନ, ଚେସ,କ୍ଯାରମ ପ୍ରଭୃତି ପାରମ୍ପାରିକ ଖେଳ ସହିତ ପୁଚି, ଚକୋଲେଟ କଲେକ୍ସନ,କୁମ୍ଭୀର ଦୌଡ଼,ବେଙ୍ଗ ଡିଆଁ,ସାକ ରେସ ପ୍ରଭୃତି ମନୋରଞ୍ଜନ ଧର୍ମୀ ଖେଳ ଏବଂ ଖେଳ ଉପରେ ଆଧାରିତ ଗୋଟିଏ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ରନାଥ ଧର ଏବଂ ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଆଇ ଏମ୍ ଏସ ଟି ସ୍କୁଲର ପ୍ରାକ୍ତନ ଛାତ୍ର ତଥା ଜର୍ମାନୀ ରେ ଶିକ୍ଷା ଲାଭ କରି ବର୍ତ୍ତମାନ ଇସ୍ରାଏଲ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଶ୍ରୀ ଗୌତମ ଚୌଧୁରୀ, ମାଲକାନଗିରି ଓ ସୁକମା ଜିଲ୍ଲାର ଆଇ ଏମ୍ ଏସ, ଫିଲ୍ଡ ଅଧିକାରୀ ରେଭରେଣ୍ଡ ଶିବରାଜ,କରେସପଣ୍ଡେଣ୍ଟ, ମାଲକାନଗିରି ଜୟକୁମାର ଏବଂ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଶ୍ରୀ ଶିବ ପ୍ରସାଦ କୀର୍ତ୍ତନିୟା ଯୋଗଦାନ କରି,ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଥିବା ଅଭିଭାବକ ଏବଂ ଅନ୍ୟାନ୍ୟ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସଡ଼କ ସୁରକ୍ଷା ଏବଂ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ଉପରେ ବିଭିନ୍ନ ଗଣମାଧ୍ୟମ ଯଥା: ଟିକଟକ , ଫେସବୁକ, ୱଆଟସଆପ, ଇନଷ୍ଟାଗ୍ରାମ ଆଦିର ର କୁପ୍ରଭାବ ସମ୍ପର୍କରେ ଅଭିନୟ ଏବଂ ପୋଷ୍ଟର ମାଧ୍ୟମରେ ସଚେତନ କରିଥିଲେ।ଏହି ଉଦଯାପନୀ ଉତ୍ସବକୁ ଆଇ ଏମ୍ ଏସ ଟି ସ୍କୁଲର କରେସପଣ୍ଡେଣ୍ଟ ରେଭରେଣ୍ଡ ଆଇ, ଜେବା ସିଂ,ପ୍ରିନ୍ସିପାଲ ଶ୍ରୀମତୀ ଶଶିକଳା, ପରିଚାଳନା କରିଥିଲେ ଏବଂ ଉପାଧ୍ୟକ୍ଷା ସୁଧାମଣୀ ତାଣ୍ଡି, ଶିକ୍ଷକ ଅଜିତ ଖୋସଲା,ସୁନ୍ଦର କୁମାର ଏବଂ ଶ୍ରୀ ମେସୋଆକ ସହଯୋଗ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାର ସଫଳତା ପଛରେ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ:-ସୁମିତ୍ରା ମୁର୍ମୁ, ନିରୁପମା ଶାନ୍ତ ପାତ୍ର, ସୁଜାତା ଡାକୁଆ, ମୌସୁମୀ ପରିଡ଼ା,ଗରିମା ଛତ୍ରୀ, ବିଦ୍ୟୁତ ପ୍ରଭା,ରୀନା ନାଗୁଲ,କୃପାମଣି,ଶୋଭା, ବିନୋତି, ମିକି , ତେରେସା, ସନ୍ତୋଷିନୀ, ସଙ୍ଗୀତା, ନୀହାରିକା, କ୍ରିତିଦା ପାଢ଼ୀ, ମନସ୍ବିନୀ, ବାସନ୍ତୀ,ଦେବେ,ଡାଲିମା, ହେଲେନ,ଇମାନୁଏଲ ,ସଲୋମନ, ସନ୍ତୋଷ, ଭୂବନ,ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ ମାନେ ସହଯୋଗ କରିଥିଲେ। ଅବଶେଷରେ କରେସପଣ୍ଡେଣ୍ଟ ଯେବା ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ