ଜଗନ୍ନାଥ ସଂସ୍କୃତି ପ୍ରେମୀ ମୁସଲିମ ଯୁବକ ଆଫତାଵ କୁ ଓଡ଼ିଶା ସୁରକ୍ଷା ସେନାର ସମର୍ଦ୍ଧନା

Advertisement
Advertisement
Click for Any Complaint Regarding This News
AAA Online Services

ନୟାଗଡ଼ (ସତ୍ୟବ୍ରତ ପଣ୍ଡା) : ଗତ କିଛି ଦିନ ହେଲା ମିଡିଆରେ ଚର୍ଚ୍ଚା ର କେନ୍ଦ୍ର ପାଲଟିଛନ୍ତି ନୟାଗଡ଼ ଜିଲ୍ଲାରେ ମୁସଲିମ ଯୁବକ ଆଫତାଵ ହୁସେନ। ପୁରୀରେ ରଥଯାତ୍ରା ହେଉ ବୋଲି ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲେ ଆଫତାଵ। କରୋନା କଟକଣା ପାଇଁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ସମ୍ବନ୍ଧରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଏହି ରାୟ ଜଗନ୍ନାଥ ପ୍ରେମୀଙ୍କୁ ବହୁତ କଷ୍ଟ ଦେଇଛି। ଏହି ରାୟ ବିରୋଧରେ କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ମୋଦିଫିକେସନ ପିଟିସନ ଦାୟର କରିଛନ୍ତି ନୟାଗଡ ଜିଲ୍ଲାର ଇଟାମାଟି ଅଞ୍ଛଳର ଜଗନ୍ନାଥ ସଂସ୍କୃତିପ୍ରେମୀ 19 ବୟସର ପିଲା ଅଫଟାଵ ହୁସେନ। ଆଫତାଵ ଭାଇଚାରା ର ପ୍ରତୀକ, ତାଙ୍କ ଭଳି ସୁଯୋଗ୍ୟ ଓ ବଡ଼ ହୃଦୟ ରଖୁଥିବା ଯୁବକ ଏହି ସମାଜ ପାଇଁ ଆବଶ୍ୟକ ବୋଲି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ କୁହାଯାଇଛି।

ଆଜି ଓଡିଶା ସୁରକ୍ଷା ସେନାର ରାଜ୍ୟ ପଦାଧିକାରୀ ସତ୍ୟବ୍ରତ ପଣ୍ଡା , ସବ୍ୟସାଚୀ ଶତପଥୀ , ଗିରିଜା ପ୍ରସନ୍ନ ଦାଶ୍ ପ୍ରମୁଖ ଆଫତାଵ ହୁସେଙ୍କୁ ତାଙ୍କ ଇଟମାଟି ବାସଭବନରେ ସାକ୍ଷାତ କରିଥିଲା। ଓଡ଼ିଶା ସୁରକ୍ଷା ସେନା ରାଜ୍ୟରେ ହିନ୍ଦୁ ସଂସ୍କୃତି ଓ ପରମ୍ପରା ରକ୍ଷା କରିବା ପାଇଁ କାର୍ଯ୍ୟ କରୁଛି। ଏହି ସମୟରେ ଆଫତାଵଙ୍କ ଦ୍ଵାରା ନିଆଯାଇଥିବା ଏହି ପଦକ୍ଷେପ ଅବର୍ଣ୍ଣନୀୟ ବୋଲି ସେନା ପକ୍ଷରୁ କୁହାଯାଇଛି। ଆଫତାଵ କୁ ତାଙ୍କ ବାସ ଭବନରେ ସମସ୍ତ ପରିବାର ସହିତ ସେନା ପଦାଧିକାରୀ ଗଣ ବହୁ ସମୟ ଧରି ଆଲୋଚନା କରିଥିଲେ। ଶେଷରେ ଆଫତାଵ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ମଧ୍ୟ କରିଥିଲେ।

Please Share

Leave a Reply

Your email address will not be published. Required fields are marked *