ଭୁବନେଶ୍ୱର: ୨୦୨୧ ଜନଗଣନା ପାଇଁ ଆରମ୍ଭ ହୋଇଛି ସରକାରୀ ପ୍ରସ୍ତୁତି। ଏଥର ଜନଗଣନାକୁ ତହସିଲଓ୍ଵାରି କରାଯିବ। ପୂର୍ବରୁ ଏହା ଥାନାୱାରୀ ଥିଲା । ଜିଲ୍ଲା ମାଜିଷ୍ଟ୍ରେଷ୍ଟ୍ ମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଷ୍ଟ୍ ମାନେ ଜିଲ୍ଲା ଜନଗଣନା ଅଧିକାରୀଭାବେ କାର୍ଯ୍ୟ କରିବେ । ସମୁଦାୟ ଗଣନା କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ । ୨ଟି ପର୍ଯ୍ୟାୟର କାର୍ଯ୍ୟକୁ ୨୦୨୧ ମାର୍ଚ୍ଚ ମାସରେ ଶେଷ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ରାଜ୍ୟର ୩ଟି ସ୍ଥାନରେ ଜନଗଣନା କୌଶଳ ଗୁଡିକର ପରୀକ୍ଷା-ମୂଳକ ପ୍ରୟୋଗ (ପ୍ରିଟେଷ୍ଟ) କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ଏହି ଯାଗା ଗୁଡିକ ହେଲା କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ବଲାଙ୍ଗିର ଜିଲ୍ଲାର ପୁଇନ୍ତଳା ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ । ଏହି ପ୍ରିଟେଷ୍ଟ ଚଳିତ ବର୍ଷ ଅଗଷ୍ଟ ୧୨ ରୁ ଆରମ୍ଭ କରି ସେପେଫମ୍ବର ୩୦ ମଧ୍ୟରେ ସାରିବା ପାଇଁ ଧାର୍ଯ୍ୟ କରାଯାଇଛି।
ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ
ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ
ବିହାରୀ ଧଳ ଜନଗଣନା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଭାରତ
ସରକାରଙ୍କ ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଭାକର ବରଦା ପ୍ରସ୍ତାବିତ କାର୍ଯ୍ୟଯୋଜନା ବିଷୟରେ ସୂଚନା
ଦେଇଥିଲେ । ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ଜନଗଣନାକୁ ସଂପୂଣ୍ଣ ର୍ ସଠିକ୍ ଏବଂ ସର୍ବାନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ।
ଜନଗଣନାକୁ ଅଧିକ ସଠିକ୍ ଏବଂ ସଦ୍ୟତନ କରିବା ପାଇଁ ସ୍ୱତନ୍ତ୍ରଭାବରେ ପ୍ରସ୍ତୁତ ଏକ ମୋବାଇଲ୍ ଆପ୍ ର
ପ୍ରୟୋଗ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା ।