ଅମ୍ବିକା ପ୍ରସନ୍ନ ତ୍ରିପାଠୀ
କଟକ :- ପୂଜା ପାର୍ବଣ ର ପ୍ରାଚୀନ ଚାନ୍ଦିର ସହର ରେ ଶେଷ ହେଲା ମା ଦୁର୍ଗା ଓ ମା କାଳୀଙ୍କ ଭସାଣି ଉତ୍ସବ । ସୁନା ରୂପା ଓ ତାରକସି କାମ ପାଇଁ ପ୍ରସିଦ୍ଧ ଓଡ଼ିଶାର ପ୍ରାଣ କେନ୍ଦ୍ର ଏବେ ଉତ୍ସବ ମୁଖରିତ। ଦଶହରା ଭସାଣି ଶୋଭଯାତ୍ରା ଠାରୁ ମା କାଳୀଙ୍କ ଭସାଣି ଶୋଭଯାତ୍ରା ଆମୋଦ ଓ ଆନନ୍ଦ ଦାୟକ। ବିଭିନ୍ନ ପ୍ରକାର ବାଦ୍ୟ, ବାଣ, ରୋଶନୀ ଓ କଉତୁକିଆ ପ୍ରଦର୍ଶନ ସହ ଧାଡ଼ି କୁ ଧାଡ଼ି ମେଢ଼ ସନ୍ଧ୍ୟାରେ ଶୋଭଯାତ୍ରା ଆରମ୍ଭ ସହ ମହାତବ ଜ୍ଵଳନରେ ମଜା ଭାରି ନିଆରା। ଚାନ୍ଦିର ମେଢ଼ ଙ୍କର ପଟୁଆର ସହ ବିବିନ୍ନ ଆଲୋକରେ ଚମ କୁ ଥିବା ମାଆ ଙ୍କର ରୂପ ଅପୂର୍ବ। ମାଆ ଙ୍କର ମୃଣ୍ମୟ ମୂର୍ତ୍ତିର ଗଢଣ ଏତେ ଜୀବନ୍ତ ଏତେ ସୁନ୍ଦର ଯାହାକି ସାରା ଭାରତରେ ବିରଳ।