ସାମି ଭର୍ସେସ୍ ସେମିଫାଇନାଲ, ଅଜେୟ ଅପରାଜୟ ଦୁର୍ଦ୍ଦଶ ଭାରତୀୟ ଦଳରେ ରେକର୍ଡ଼ ପରେ ରେକର୍ଡ଼।

Advertisement
Advertisement
Click for Any Complaint Regarding This News
AAA Online Services

ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।ଗତ 15 ତାରିଖ ବିଶ୍ଵ କପ କ୍ରିକେଟ ରେ ଭାରତ ପାଇଁ ଥିଲା ଏକ୍ ଅବିସ୍ମରଣୀୟ ଦିବସ।ଦିର୍ଘ 12 ବର୍ଷ ତଳର ନ୍ୟୁଜିଲାଣ୍ଡ ଦଳ ଦ୍ୱାରା ପରାଜୟ ର ଏବଂ ବିଗତ କ୍ୟାପଟେନ୍ ଧୋନୀ ଙ୍କ ଆଖି ଲୁହର ପ୍ରତିଶୋଧ ନେଲା। ଭାରତର ଦୁର୍ଦ୍ଦଶ ବ୍ୟାଟସମ୍ୟାନ ବିରାଟ କୋହଲି 50 ତମ ଏକଦିବସୀୟ ଶତକ କରି କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକର ଙ୍କ 49 ତମ ଶତକ କୁ ଅତିକ୍ରମ କରି ବିଶ୍ୱର ପ୍ରଥମ ଖେଳାଳି ରୁପେ ସବୁଠାରୁ ଅଧିକ ଏକଦିବସୀୟ ମ୍ୟାଚ ର ରେକର୍ଡ଼ ସ୍ଥାପନ କଲେ।ସବୁଠାରୁ ଉଲ୍ଲେଖନୀୟ ଏହି ଏୈତିହାସିକ ମ୍ଯାଚ ଭାରତର ଦ୍ରୁତ ଘାତକ ବୋଲର ମହମ୍ମଦ ସାମି 57/7 ରନ୍ 7 ଟି ୱିକେଟ୍ ନେଇ ଦ ଏକତରଫା ମ୍ଯାଚ ଜିତାଇ ଦେଇ ବିଶ୍ଵ କପ ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେବାର ଏବଂ ମ୍ଯାଚ ଜିତାଇ ବାର ଏକ୍ ରେକର୍ଡ ଚଳିତ ବିଶ୍ଵ କପ ରେ ସ୍ଥାପନ କରିଛନ୍ତି।ଚଳିତ ବିଶ୍ଵ କପ ରେ ଭାରତର ସର୍ବାଧିକ ରନ୍ ର ମଧ୍ଯ ଏକ୍ ରେକର୍ଡ ହୋଇଅଛି। ବିଶ୍ଵ କପ 2023 ରେ ଭାରତ ଏକ ମାତ୍ର ଦଳ ଭାବେ କ୍ରମାଗତ 10 ଗୋଟି ମ୍ଯାଚ ଜିତି ଫାଇନାଲ ଖେଳିବାର ଗୌରବ ହାସଲ କରିଛି।

ଚଳିତ ବିଶ୍ଵ କପରେ ଭାରତ ଏକ ଦୁର୍ଦ୍ଦଶ ଦଳ ଉଭୟ ବ୍ୟାଟିଙ୍ଗ ଓ ବୋଲିଂ ରେ ଦକ୍ଷତା ହାସଲ କରିଛି। ଭାରତର କ୍ୟାପଟେନ୍ ରୋହିତ ଶର୍ମା ଏକ୍ ଦୁର୍ଦ୍ଦଶ ଓପନର୍ ଭାବେ ତାଙ୍କର ସବୁ ମ୍ଯାଚ ରେ ଦୃତ୍ ରନ୍ ସଂଗ୍ରହ କରି ବିପକ୍ଷ ଦଳ ଓ ନିଜ ଦଳର ରନ୍ ସଂଗ୍ରହ ର ଗତି ଅଧିକ କରି ସବୁ ମ୍ଯାଚ ରେ ଜିତିବାର ବାଟ ପରିଷ୍କାର କରି ଚାଲିଛନ୍ତି। ଚଳିତ ବିଶ୍ଵ କପ ରେ ଭାରତ 20 ବର୍ଷ ଧରି ନ୍ୟୁଜିଲାଣ୍ଡ ଠାରୁ ହାରି ଆସୁଥିବାର ଧାରା କୁ ଭାଙ୍ଗି ପ୍ରତିଶୋଧ ନେଲା। ଗତ ସେମିଫାଇନାଲ ରେ ନ୍ୟୁଜିଲାଣ୍ଡ କୁ 70 ରନ୍ ରେ ହରାଇ 12 ବର୍ଷ ତଳର ପ୍ରତିଶୋଧ ନେଲା। ଭାରତୀୟ ଦଳର ଏହି ସଫଳତା ଭାରତକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ଥିବାରୁ “କ୍ରାନ୍ତି ଓଡିଶା ” ଡିଜିଟାଲ ମିଡ଼ିଆ ତରଫରୁ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା।

Please Share

Leave a Reply

Your email address will not be published. Required fields are marked *