ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

Advertisement
Advertisement
Click for Any Complaint Regarding This News
AAA Online Services

ମାଲକାନଗିରି : ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ। ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମ ସବୁବେଳେ ମୁକ୍ତ ଏବଂ ଦାୟିତ୍ବବାନ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲାପାଳ ବିଶାଲ ସିଂ ମତ ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟାର ଉଭୟ ଆହ୍ଵାନ ଓ ସୁଯୋଗ ରହିଛି । ତେଣୁ ଗଣମାଧ୍ୟମ କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତାର ଉପଯୋଗ ନିଶ୍ଚିତ ରୂପେ ସମ୍ଭାବନା ଆଣିଦେବ ବୋଲି କହିଛନ୍ତି। ସେହିପରି ପ୍ରତିକୂଳ ପରିସ୍ଥିତିରେ କାମ କରି ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ବକ୍ତା ଯୋଗ ଦେଇ କହିଛନ୍ତି ଯେ, ଗଠନାତ୍ମକ ଏବଂ ସୃଜନଶୀଳ ଲେଖା ସ୍ଵାଗତ ଯୋଗ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୁତ୍ରୀମ ବୁଦ୍ଧିମତାର ସାହାଯ୍ୟ ନିଆଯାଇପାରେ କିନ୍ତୁ ସମାଜର ବାସ୍ତବତା ଚିତ୍ରକୁ ଏବଂ ତଥ୍ଯକୁ ମାଲକାନଗିିରି ଭଳି ଏକ ଜିଲ୍ଲାରେ ତଥ୍ଯକୁ ସାମ୍ନାକୁ ଆଣିବାକୁ ହେଲେ ସାମ୍ବାଦିକଙ୍କର କ୍ଷେତ୍ର ସ୍ତରରୁ ନିଜସ୍ଵ ଯୋଗଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ବିଷୟବସ୍ତୁ ” କୁତ୍ରୀମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ” ରହିଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ଵାଗତ ଜଣାଇଥିଲେ। ଏହି ଅବସରରେ ଆଜିର ବିଷୟବସ୍ତୁ ଉପରେ ଗଣମାଧ୍ୟମର ପ୍ରତିନିଧିମାନେ ନିଜର ମତବ୍ୟକ୍ତ କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଗଣମାଧ୍ୟମର ପ୍ରତିନିଧି ଓ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *