ମାଥିଲି ଏବଂ ଖଇରପୁଟ ଠାରେ ସଂସାଧନ ସଭ୍ୟଙ୍କ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ

Advertisement
Advertisement
Click for Any Complaint Regarding This News
AAA Online Services

ମାଲକାନଗିରି : ଆଗାମୀ ଦିନରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ( ଆଇସି ) କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ବ୍ଲକ୍ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ମାଥିଲି ଏବଂ ଖଇରପୁଟ ବ୍ଲକ ଠାରେ କଳାକାରଙ୍କ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଛି। ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଉଦ୍ଘାଟନ ହୋଇଯାଇଛି । ସମସ୍ତ ଜନହିତାଧିକାରୀ ସରକାରୀ ଯୋଜନାଗୁଡିକୁ କିଭଳି ଲୋକ କଳା ଦ୍ବାରା ଜନ ସଚେତନ ସୃଷ୍ଟି କରି ପାରିବା ସେଥି ନିମନ୍ତେ ବିଡ଼ିଓ ଶ୍ରୀଗଣ୍ଡ ଗୁରୁତ୍ୱାରୋପ କରିଥିଲେ। ମାଥିଲି ବ୍ଲକରେ ସଂକୀର୍ତ୍ତନ, ଦେଶିଆ ଓ କୋୟା ନାଟକ, ମହୁରୀ ବାଜା, ଦୁରୁଆ, କାଠି ଏବଂ ଢେମସା ଲୋକ କଳା ଦଳ ଏହି ଆଇସି କାର୍ଯ୍ୟକ୍ରମ ନିମନ୍ତେ ଆବେଦନ କରିଛନ୍ତି ବୋଲି ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ ସୂଚନା ଦେଇଛନ୍ତି। ମାଥିଲିରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଏବିଡିଓ ସରୋଜ କୁମାର ପ୍ରଧାନ, ମିଶନ ଶକ୍ତି ବିପିଏମ୍ ବିନୀତ କୁମାର ଖୁରା, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ପୋଲିସରାମ ମାଣ୍ଡି ଓ ବିକେଏସଏସ ସହ ସଂପାଦକ, ବିଶ୍ଵନାଥ ବାରିକ ଉପସ୍ଥିତ ଥିଲେ।
ସେହିପରି ଖଇରପୁଟ ବ୍ଲକ ରାସବେଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଉଦ୍ଘାଟନ କରି ପାରମ୍ପରିକ ଲୋକ କଳାକୁ ବଜାୟ ରଖି ସମସ୍ତ ଜନହିତାଧିକରୀ ଯୋଜନା ଉପରେ ସଚେତନତା କରିବା ପାଇଁ ଆହ୍ବାନ କରିଥିଲେ। ଖଇରପୁଟ ବିଡ଼ିଓ ଉମାଶଙ୍କର କୋୟା କହିଥିଲେ ଯେ ବଣ୍ଡା, ଦିଦାୟୀ ଭଳି ଆଦିମ ଜନଜାତିଙ୍କ ଯୋଗୁଁ ଖଇରପୁଟ ବ୍ଲକର ମାଲକାନଗିରି ଜିଲ୍ଲା ତଥା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ପାରମ୍ପାରିକ ଲୋକ କଳାକୁ ପରିବେଷଣ କରି ଏହି କାର୍ଯ୍ୟକ୍ରମକୁ ସଫଳ ଓ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଉପସ୍ଥିତ କଳାକାରଙ୍କୁ ଆହ୍ବାନ କରିଥିଲେ। ଦେଶିଆ ନାଟକ, ବଣ୍ଡା, ଦିଦାୟୀ, ରିଞ୍ଜଡ଼ି ଏବଂ ସଂକୀର୍ତ୍ତନ କଳା ଦଳଗୁଡ଼ିକ ଏହି କାର୍ଯ୍ୟକ୍ରମରେ ପରିବେଷଣ କରିବେ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ଘେନୁ ମୁଦୁଲି, ବିକେଏସଏସ ଉପ ସଭାପତି, ବୁଦା ମାଝୀ ଓ ରାସବେଡା ସରପଞ୍ଚ ପ୍ରମିଳା ଗୁତା ଉପସ୍ଥିତ ଥିଲେ। ରାଜ୍ୟ ତରଫରୁ ଗୁପ୍ତେଶ୍ୱର ପାଣିଗ୍ରାହୀ ଯୋଗ ଦେଇ କିଭଳି ଲୋକକଳା ମାଧ୍ୟମରେ ଜନହିତାଧିକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବେ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମିଳା ମାଝୀ ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ। ଏହି ଶିବିରରେ କଳାକାର ଏବଂ ସାଂସ୍କୃତିକ ଦଳ ଗୁଡ଼ିକର ପଞ୍ଜୀକରଣ ଓ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆବେଦନ କରିଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *