ଭାରତୀୟ ସହିଦ ଯବାନଙ୍କ ବଳିଦାନ କେବେ ବେକାର ଯିବନି

Advertisement
Advertisement
Click for Any Complaint Regarding This News
AAA Online Services

କଟକ, (ଅମ୍ବିକା ପ୍ରସନ୍ନ ତ୍ରିପାଠୀ) ଗତ ତା ୧୫ରିଖ ଦିନ ସୌକ ନଦୀ ର ଗଲୱାନ ଘାଟିରେ ଚୀନ ସେନାଙ୍କ ବର୍ବର୍ଚିତ ଶତ୍ରୁତା ର ଫଳ ସ୍ୱରୂପ ଆମ ଭାରତର ୨୦ରୁ ଅଧିକ ସୈନିକ ନିହତ ହୋଇଛନ୍ତି। କେବଳ ସେତିକି ନୁହେଁ ଅନେକ ନିଖୋଜ ହୋଇଛନ୍ତି। ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଯବାନ ମଧ୍ୟ ଅଛନ୍ତି। ଚୀନ ସାରା ବିଶ୍ବକୁ କାବୁ କରିବା ପାଇଁ ଯେଉଁ ବ୍ୟର୍ଥ ପ୍ରୟାସ ଜାରି ରଖିଛି ସେଥିପାଇଁ ସମଗ୍ର ବିଶ୍ଵ ଚୀନକୁ ଧିକାର କରୁଛି।

ପ୍ରଥମତଃ ଚୀନ କରୋନା ଭୂତାଣୁ କୁ ସମଗ୍ର ବିଶ୍ଵରେ ଖେଳାଇ ଦେଇ ଫାଇଦା ନେବାକୁ ଚାହିଁ ଥିଲା। ସେ ଭାରତର ପଡୋଶୀ ରାଜ୍ୟ ଦ୍ଵାରା ଭାରତରେ ଏହି ମହାମାରୀ କୁ ଖେଳାଇ ଥିଲା। କିନ୍ତୁ ଭାରତର ଉପଯୁକ୍ତ ପଦକ୍ଷେପ ଦ୍ବାରା ମହାମାରୀ କୁ ଚୀନ ଭଳି ଅବସ୍ଥା କରିବାକୁ ଦେଇ ନ ଥିଲା। ତେଣୁ ଚୀନ ଏଥିରେ ଅସଫଳ ହୋଇଥିଲା।
ପୁନଶ୍ଚ ଏବେ ସମୁଦ୍ର ଦ୍ଵାରା ବିଶ୍ଵର ବିଭିନ୍ନ ଦେଶକୁ ସଂକ୍ରମିତ କରିବାକୁ ପ୍ରୟାସ ଜାରି ରଖିଛି। ସନ୍ଦେହ କରାଯାଉଛି ମହାମାରୀ ରେ ମୃତ୍ୟୁ ବରଣ କରିଥିବା ଲୋକ ମାନଙ୍କର ମର ଶରୀରକୁ ସେ ସମୁଦ୍ରରେ ଖେଳାଇ ଦେଇଛି ଯାହା ଦ୍ଵାରା ସେଗୁଡିକ ଭାସି ଭାସି ଯାଇ ବିଭିନ୍ନ ଦେଶର ସମୁଦ୍ର କୂଳରେ ଲାଗିଥିବାର ଦେଖିବାକୁ ମିଳିଛି।

ଚୀନର ହିନ ମନୋବୃତ୍ତିର ର ପ୍ରୟାସରେ ଆଜି ପଡୋଶୀ ନେପାଳ, ଭାରତର କେତେକ ସୀମା କୁ ନିଜର ମାନଚିତ୍ରରେ ଦର୍ଶାଇ ନେପାଳର ଅଞ୍ଚଳ ବୋଲି ଦାବି କରିବା ସହ ତାଙ୍କ୍ ସରକାରୀ ସ୍ଵୀକୃତି ଦେବାକୁ ଲାଗି ପଡିଲେଣି।

ଗତ ତା ୧୫ ରିଖ ଦିନ ଭାରତୀୟ ଯବାନ ଙ୍କ ବିରତ୍ୱରେ ଚୀନ ସେନା ପଛଘୁଂଚା ଦେଇଥିଲେ। ତେଣୁ ଆମେ ଭାରତୀୟ ଏହାର ଜବାବ ତାର ପେଟକୁ ଲାତ୍ ମାରିବା ଭଳି ଦେବାକୁ ପଡ଼ିବ। ଚୀନ ତାର ଦେଶର ପ୍ରାୟ ୭୦ ଭାଗ ଦ୍ରବ୍ୟ ଭାରତରେ ବିକ୍ରୟ କରି ପ୍ରଚୁର ଅର୍ଥ ରୋଜଗାର କରେ ବର୍ତ୍ତମାନ ଉପଯୁକ୍ତ ସମୟ ଆସିଛି ଆମେ ଚୀନ ପ୍ରସ୍ତୁତ କୌଣସି ଦ୍ରବ୍ୟର ବ୍ୟବହାରକୁ ବର୍ଜନ କରି ସମଗ୍ର ଭାରତ ବର୍ଷରେ ଆମ ସହିଦ ଯବାନ ଙ୍କ ବଳିଦାନର ପ୍ରତିଶୋଧ ନେବା।

ଆଜିର ହସ୍ତଗତ ଗତ ଖବର ମଧ୍ୟରୁ ଭାରତର ବିଭିନ୍ନ ଗ୍ରାମାଞ୍ଚଳ, ସହର, ରାଜ୍ୟରେ ଚୀନ କୁ ତୀବ୍ର ବିରୋଧର ସ୍ବର ଉତ୍ତୋଳନ ହୋଇ ଗଲାଣି। କ୍ରାନ୍ତି ଓଡ଼ିଶା ତରଫରୁ ସମସ୍ତ ଭାରତ ବାସିଙ୍କୁ ବିନୀତ ଅନୁରୋଧ ସେମାନେ ପ୍ରତ୍ୟେକ ଭାରତ ବାସି ଜଣ ଜଣ କରି ଏହାର ଉଚିତ୍ ଜବାବ୍ ଦେଇ ସହିଦ ଯବାନ ଙ୍କ ବଳିଦାନର ପ୍ରତିଶୋଧ ନିଅନ୍ତୁ। କଣ୍ଟା କୁ କାଢ଼ିବାକୁ ହେଲେ ତା ଠାରୁ ମୁନିଆ କଣ୍ଟା ଦରକାର୍। ପିଠିକୁ ମାଇଲେ ଆମେ ପେଟକୁ ମାରିବା। ଆମେ ଭାରତୀୟ ଏକ।
ଜୟ ଯବାନ ଜୟ କିଷାନ ,ଜୟ ଭାରତର ବୀର ମହାନ।

Please Share

Leave a Reply

Your email address will not be published. Required fields are marked *