ଜୟ, ଗଙ୍ଗାଧର
ଜୟ ହେ କବି ପ୍ରବର,
ତୁମରି ଚରଣେ ଶରଣ ପଶୁଛୁ
ନାଶ ଅଜ୍ଞାନ ଅନ୍ଧାର l
ଜୟ ,ଗଙ୍ଗାଧର ——
ଜନମ ଲଭିଲ ଜ୍ଞାନ ବିତରିଲ
ଲେଖନୀ କଲ ଜୀବନ,
କାବ୍ୟ,କବିତାରେ ଅତି ସରାଗରେ
ମନ କଲ ସମର୍ପଣ l
ଜୟ, ଗଙ୍ଗାଧର —
ସମାଜେ ସାହିତ୍ୟ କଲ ତୁମେ ଖ୍ୟାତ
ପ୍ରକୃତି ଚିତ୍ର ଆଙ୍କିଲ,
ସରଳ ସ୍ଵଭାବେ ନାମେ ଏହି ଭବେ
ସ୍ଵଭାବ କବି ହୋଇଲ l
ଜୟ ଗଙ୍ଗାଧର ——
ଆହେ ରଙ୍ଗlଜୀବ ନିର୍ଜୀବକୁ ଜୀବ
କରିଛ ଲେଖନୀ ମୂନେ,
ବିଶାଳ ଏ ସିନ୍ଧୁ ବିଭୁ କୃପା ବିନ୍ଦୁ
ବୋଲି ଜଣାଇଲ ଜନେ l
ଜୟ, ଗଙ୍ଗାଧର ———–
ଉଚ୍ଚଶିକ୍ଷl ଲାଭ ହୋଇଲା ଦୁର୍ଲ୍ଲଭ
ତାକୁ ଭ୍ରୁକ୍ଷେପ ନ କରି,
କାବ୍ୟ,କଳା,କୃତି ଦେଇ ଅର୍ଘ୍ୟ ଭକ୍ତି
ରଖିଲ ଉତ୍କଳଶିରୀ l
ଜୟ, ଗଙ୍ଗାଧର ———
କାବ୍ୟ ଅର୍ଘ୍ୟଥାଳି ପ୍ରଣୟ ବଲ୍ଲରୀ
ଆଉଜେ କୀଚକବଧ,
ପୂତ ତପସ୍ୱିନୀ ଇନ୍ଦୁମତୀ ପୁଣି
ହୋଇଲା ବିଶ୍ୱେ ପ୍ରସିଦ୍ଧ l
ଜୟ, ଗଙ୍ଗାଧର ——–
ଶ୍ରାବଣ ପୂର୍ଣ୍ଣମୀ ତିଥିରେ ଜନମି
ବିଶ୍ୱ ଉଜ୍ଜ୍ୱଳ କରିଲ,
“ଯୁଗେ ଯୁଗେ ଗଙ୍ଗା ଧର “ନାମେ ବିଶ୍ୱେ
ସଭିଙ୍କ ହୃଦ ଜିଣିଲ l
ଜୟ ଗଙ୍ଗାଧର ———
ପ୍ରଦୀପ କୁମାର ପଣ୍ଡା
ପଣ୍ଡରିପାଣି,ମେଲଛାମୁଣ୍ଡା
ବରଗଡ
ବାର୍ତ୍ତାଳାପ -9938954718