ଓଡିଶା ସୁରକ୍ଷା ସେନା ପକ୍ଷରୁ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Advertisement
Advertisement
Click for Any Complaint Regarding This News
AAA Online Services

ବାଲେଶ୍ଵର, (ସତ୍ୟବ୍ରତ ପଣ୍ଡା) : ଓଡିଶା ସୁରକ୍ଷା ସେନା ଵାଲେଶ୍ବର ଶାଖା ପକ୍ଷରୁ ଚୀନ୍ ସୀମା ଲାଦାଖଠାରେ ଆମ ଦେଶର ସହିଦ ହୋଇ ଥିବା ଵୀର ଯଵାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହମବତୀ ଶୋଭାଯାତ୍ରା କରାଯାଇଥିଲା।

ଏହି ଶୋଭାଯାତ୍ରା ଗୁଡିପଦା ହନୁମାନ ମନ୍ଦିରରୁ ବାହାରି ଶୋଭାରାମପୁର ଛକରେ ପହଞ୍ଚିଥିଲା। ସେଠାରେ ବୀର ଯବାନଙ୍କ ଅମର ଆତ୍ମା ଶାନ୍ତି ପାଇଁ ୫ ମିନିଟ ନିରବ ପାର୍ଥନା କରାଯାଇଥିଲା।

ଶୋଭାଯାତ୍ରା ରେ ଓଡିଶା ସୂରକ୍ଷା ସେନା ରାଜ୍ୟ ସମ୍ପାଦକ ପ୍ରଦୀପ୍ତ କୁମାର ଦାଶ , ସନ୍ତୋଷ କୁମାର ଭୋଇ, ସୁକାନ୍ତ ମହାନ୍ତି , ବିଶାଳ ଦାଶ, ନବୀନ ସୋରେନ , ହୃଷିକେଶ ଜେନା , ସନ୍ତୋଷ ପତି , ବିନୟ ବିନ୍ଧାଣି, ବିଶ୍ୱରଂଜନ ପ୍ରଧାନ , ଗୋଲେଖ ମହାନ୍ତି , ବଳରାମ ବେହେରା ପ୍ରମୁଖ ଶତାଧିକ କ୍ରମୀ ଯୋଗଦାନ କରିଥିଲେ।

Please Share

Leave a Reply

Your email address will not be published. Required fields are marked *