ଭୁବନେଶ୍ୱର: ଆପଣମାନେ ଜାଣିଥିବେ ଯେ ଆପଣଙ୍କ ନିଜର ‘କ୍ରାନ୍ତି ଓଡ଼ିଶା’ ଓଡ଼ିଶାରେ ଏକ ନମ୍ବର (No 1) ଡିଜିଟାଲ ମିଡ଼ିଆ ଭାବେ ମନୋନୀତ ହୋଇଥିଲା। ତ୍ରୋନିଷ୍କ ୱେୟାର ନାମକ ଏକ ଆଇଟି ଡିଜିଟାଲ କମ୍ପାନୀ ଦ୍ୱାରା ଏହା ମନୋନୀତ କରାଯାଇଥିଲା।
‘କ୍ରାନ୍ତି ଓଡ଼ିଶା’ ଓଡ଼ିଶାର ଅଗ୍ରଣୀ ଦ୍ୱିଭାଷୀ ଡିଜିଟାଲ ମିଡ଼ିଆ, ସବୁ ଦିନ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ କ୍ରାନ୍ତି ଓଡ଼ିଶା ଦ୍ୱାରା ପ୍ରକାଶିତ ଖବର ପଢୁଛନ୍ତି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।
ଆଜି ଭୁବନେଶ୍ୱର ସ୍ଥିତ କମ୍ପାନୀ କାର୍ଯ୍ୟଲୟରେ ନିରାଡ଼ମ୍ବର ସହିତ କରୋନା ପାଇଁ ସାମାଜିକ ଦୂରତା ନିୟମ କୁ ଆଂଖି ଆଗରେ ରଖି ଏକ ଛୋଟ ଉତ୍ସବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ କମ୍ପାନୀର ପରିଚାଳକ ଯେ.ରାଓ ସେଠାରେ ନିମନ୍ତ୍ରିତ କ୍ରାନ୍ତି ଓଡ଼ିଶା ପ୍ରତିନିଧି (ସହ ସମ୍ପାଦକ) ସବ୍ୟସାଚୀ ଶତପଥୀ କୁ ସଂମ୍ମାନୀତ କରିବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଏହି ପ୍ରମାଣ ପତ୍ର ଗ୍ରହଣ କରିବା ପରେ କ୍ରାନ୍ତି ଓଡ଼ିଶା ର ସହ ସମ୍ପାଦକ ସବ୍ୟସାଚୀ ଶତପଥୀ କହିଥିଲେ ଯେ ଗୋଟିଏ ଆଇଟି ଏବଂ ଡିଜିଟାଲ କମ୍ପାନୀ ଦ୍ୱାରା ଗୋଟେ ଡିଜିଟାଲ ମିଡ଼ିଆକୁ No1 ବୋଲି ଚୟନ କରି ପ୍ରମାଣ ପତ୍ର ଦେବା ଆମ ପାଇଁ ଗର୍ବ ଓ ଗୋୖରବର କଥା।