ମାସ୍କ ଓ ପିପିଇ କିଟ୍ ଦୁର୍ନୀତିର ତଦନ୍ତ ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ମାସ୍କ ଏବଂ ପିପିଇ କିଟ୍ ଦୁର୍ନୀତିରେ ଲିପ୍ତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଏବଂ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ବରଖାସ୍ତ କରିବା ସହିତ ତୁରନ୍ତ ଗିରଫ ସହ ସିବିଆଇ ତଦନ୍ତ ଦାବିରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ମାଷ୍ଟର କ୍ୟାଂଟିନ୍ ଛକ ଠାରେ କୁଶପୁତଳିକା ଦାହ କରାଯାଇଥିଲା । ଉଭୟ ମନ୍ତ୍ରୀ ଏବଂ ସଚିବଙ୍କୁ ରାଜ୍ୟ ସରକାର ଘଂଟ ଘୋଡାଉଥିବାରୁ ରାଜ୍ୟ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ସାରା ରାଜ୍ୟରେ ଯୁବ କଂଗ୍ରେସ ବିକ୍ଷୋଭ କରିବ ବୋଲି ଶ୍ରୀ ମହାରଥି ଚେତାବନୀ ଦେଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସଂକୁନା କହଁର, ଦେବାଶିଷ ମହାପାତ୍ର, ପ୍ରତାପ ପ୍ରଧାନ, ବିଶ୍ୱରଂଜନ ଦାସ, ଶୁଭ୍ରକାନ୍ତ ଜେନା, ଦେବାଶିଷ ରାଉଳ, ନଳିନୀକାନ୍ତ ନାୟକ, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ଦେବାଶିଷ ରାଉତ, ରାଜକିଶୋର ବାରିକ, ସୁମିତ୍ ପୁଜାରୀ, ଶିବଶଙ୍କର ବେହେରା, ଯୁଗଳ ନାୟକ, ଆଲୋକ କୁମାର, ରୋଶନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Please Share

Leave a Reply

Your email address will not be published. Required fields are marked *