ନିରନ୍ନ ଜନତାଙ୍କୁ ସୁନେଲି ସ୍ୱପ୍ନ ଦେଖାଇଲେ ଅମିତ ଶାହା : ନିରଞ୍ଜନ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଗତ ମାର୍ଚ୍ଚ ମାସ ୨୪ ତାରିଖରେ ଭାରତର ପ୍ରଧାନ୍ତ ମନ୍ତ୍ରୀ ମୋଦୀ ମହାଶୟ ବନାରସରେ କହିଥିଲେ ମହାଭାରତ ୧୮ ଦିନରେ ସରିଥିଲା ସେହିପରି ମୁଁ ମହାମାରୀ କରୋନାକୁ ୨୧ ଦିନରେ ଦେଶରୁ ମୁକ୍ତ କରିଦେବି । ମୋତେ ମାତ୍ର ୨୧ଦିନ ସମୟ ଦିଅ । କିନ୍ତୁ ଆଜି ଦେଖିଲାବେଳକୁ ପାଖାପାଖି ୭୫ ଦିନରୁ ଅଧିକ ହୋଇଗଲାଣି ବର୍ତମାନ ଭାରତରେ କରୋନା ମହାମାରୀ ସଂକ୍ରମଣ କରିବାରେ ବିଶ୍ୱରେ ପଂଚମ ସ୍ଥାନରେ ପଂହଚିଥିବା ବେଳେ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ପଂହଚିଲାଣି । ଏହି ମହାମାରୀରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେଣି । ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିବାପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ସହ ରାସ୍ତାଘାଟରେ ମୃତ୍ୟୁବରଣ କରୁଛନ୍ତି । ଏ ନେଇ ଭାରତର ସର୍ବୋଚ୍ଚ ନ୍ୟାୟଳୟ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଶୀଘ୍ର ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏବେ ସୁଦ୍ଧା ଲକ୍ଷ ଲକ୍ଷ ପ୍ରବାସୀମାନେ ଆସିବାର ସୁବିଧା ନପାଇଁ ବହୁ ଦୟନୀୟ ଭାବରେ ଦିନ କାଟୁଛନ୍ତି । ଏହି ସମୟରେ ସାଧାରଣ ଲୋକଙ୍କ ଜିବୀକା ଓ ଜୀବନ ବଚିଂବା ଚିନ୍ତା ନକରି ଦେଶର ଗୃହମନ୍ତ୍ରୀ ତଥା ବିଜେପି ଦଳର ନେତା ଅମିତ ଶାହା ଓଡ଼ିଶା ପାଇଁ ଯେଉଁ ଭର୍ଚୁଆଲ ର‌୍ୟାଲି କରିଛନ୍ତି ଏହା ରାଜ୍ୟ ଓ ଦେଶର ହିତ ଉଦ୍ଦେଶ୍ୟରେ ନଥିଲା ବୋଲି ଜଣାପଡ଼ୁଛି । କେବଳ ନିରନ୍ନ ଜନତାଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଏବଂ ନିଜ ଦଳର ବାହାଦୁରି ବଖାଣି ପ୍ରଚାର ଓ ପ୍ରସାରକରି ଗାଦିରେ ବସି ଶାସନ କରିବାର ଅଭିଳାଷ ପୂର୍ଣ୍ଣ କରିବାପାଇଁ ଉଦ୍ଦିଷ୍ଟ ମାତ୍ର । ଅମିତ ଶାହା ଗତ ତିିନିମାସ ଧରି କୁଆଡ଼େ ଥିଲେ । ପ୍ରବାସୀ ଶ୍ରମିକ ମାନଙ୍କର ଦୁଃଖ ଦୁର୍ଦ୍ଦଶବେଳେ କ’ଣ ତାଙ୍କୁ ଦେଖାଯାଉନଥିଲା ତାଙ୍କ ରାଜ୍ୟ ଗୁଜୁରାଟରେ ଓଡ଼ିଆ ଶ୍ରମିକ ପୋଲିସ୍ ଲାଠିର ଶୀକାର ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଅନେକ ଶ୍ରମିକ ପୋଲିସ ମାଡ଼ରେ ଆହତ ହୋଇଛନ୍ତି । କଳକାରଖାନାର ମାଲିକମାନେ ଶ୍ରମିକମାନଙ୍କୁ କୌଣସୀ ସାହାଯ୍ୟ ନକରିବାରୁ ଭୋକ ଉପାସ ସହି ନପାରି ଲକ୍ଷାଧିକ ଶ୍ରମିକ ସାଇକେଲରେ, ଚାଲିଚାଲି, ଟ୍ରେନରେ, ବସରେ ନିଜ ବ୍ୟବସ୍ଥାରେ ଆସି ଗାଁ ଭୂମିରେ ପହଂଚିଛନ୍ତି ଏବେ ଶ୍ରୀ ଶାହା ବିଜେପି କାର୍ଯ୍ୟକର୍ତାମାନେ ୧୧ କୋଟି ଲୋକଙ୍କୁ ଭୋଜନ କରାଇଥିବାର ତଥ୍ୟ କେଉଁଠୁ ଆଣିଲେ? ଏବେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଦେଶରେ ଦୁର୍ଗତି ସମୟରେ ଅତ୍ୟାଧୁନିକ ବ୍ୟବସ୍ଥାରେ ଭର୍ଚୁଆଲ ର‌୍ୟାଲିର ଆୟୋଜନ ଏ ଦେଶର କୋଟି କୋଟି ଗରୀବଙ୍କ ପ୍ରତି ଉପହାସ ଛଡ଼ା ଆଉ କିଛି ନୁହେଁ । ଏଭଳି ଶସ୍ତା ରାଜାନୀତି ଓ ହୀନ ଚକ୍ରାନ୍ତ କରି କ୍ଷମତାରେ ରହିବାର ଇତିହାସ ସ୍ୱାଧୀନତ୍ୱର ଭାରତ ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ବିଜେପି ଦଳ ଓ ଶାହା ଏଭଳି ଏକ କାର୍ଯ୍ୟକରୁଛନ୍ତି ବୋଲି ଉଦ୍‌ବେଗ ପ୍ରକାଶ କରି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତା ମାଧ୍ୟମରେ କହିଛନ୍ତି । ନିଜେ ନୟମ କରି ସରକାର କରୋନା ସମୟରେ କୌଣସି ରାଜନୈତିକ ସଭା ସମିତି, ଉତ୍ସବ, ଦେବଦର୍ଶନ ଓ ସ୍କୁଲରେ ପାଠପଢ଼ା ଆଦି କାର୍ଯ୍ୟକୁ ନିଷିଧ କରିଥିଲା ବେଳେ ଏଭଳି ଭର୍ଚୁଆଲ ର‌୍ୟାଲି କରୋନା ନିୟନ୍ତ୍ରଣରେ କଣ ସହାୟକ ହେବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଏ ଦେଶ ଓ ରାଜ୍ୟକୁ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଭରଷା ବୋଲି କହିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ।

Please Share

Leave a Reply

Your email address will not be published. Required fields are marked *