ଭୁବନେଶ୍ୱର: ଅତ୍ୟନ୍ତ ଖୁସିରେ ଆପଣମାନଙ୍କୁ ଏହି ଖବର ପ୍ରସାରିତ କରୁଅଛୁ ଯେ ଆପଣଙ୍କ ନିଜର ‘କ୍ରାନ୍ତି ଓଡ଼ିଶା’ ଓଡ଼ିଶାରେ ଏକ ନମ୍ବର (No 1) ଡିଜିଟାଲ ମିଡ଼ିଆ ବୋଲି ମନୋନୀତ ହୋଇଛି। ତ୍ରୋନିଷ୍କ ୱେୟାର (Tronixware Design & Research Lab Private LTD.) ନାମକ ଏକ ଆଇଟି ଡିଜିଟାଲ କମ୍ପାନୀ ଦ୍ୱାରା ଏହା ମନୋନୀତ କରାଯାଇଛି। କମ୍ପାନୀ ପକ୍ଷରୁ ଏକ ଚୟନ କମିଟି ଗଠନ କରାଯାଇ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ରାଜ୍ୟରେ ସକ୍ରିୟ ଥିବା ଡିଜିଟାଲ ମିଡ଼ିଆ ଉପରେ ସର୍ଭେ କରାଯାଇଥିଲା। ଏହି ସର୍ଭେ ଦ୍ୱାରା ଚୟନ କମିଟି କ୍ରାନ୍ତି ଓଡ଼ିଶା କୁ ବର୍ତ୍ତମାନ ସମୟର ସବୁଠୁ ଲୋକପ୍ରିୟ ଡିଜିଟାଲ ମିଡ଼ିଆ ବୋଲି ମନୋନୀତ କରିଛି।
ଏହି ଚୟନ ପ୍ରକ୍ରିୟା ସଚ୍ଚୋଟ ଓ ନିର୍ଭୀକ ଖବର ପରିବେଷଣ, ଉଚ୍ଚ କୋଟିର ତଥ୍ୟ ଭିତ୍ତିକ ଆର୍ଟିକଲ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାଠକ ସଂଖ୍ୟ ଉପରେ ଆଧାରିତ ଥିଲା। ଚୟନ ସମୟରେ ଦେଖାଗଲା ଯେ ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରାନ୍ତି ଓଡ଼ିଶାର ପାଠକ ସଂଖ୍ୟା ବହୁ ଅଧିକ ଓ ଏହାର ଖବର ଅଧିକ ଲୋକ ପଢୁଥିବା ଜଣାପଡିଛି। ସବୁ ଦିନ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ କ୍ରାନ୍ତି ଓଡ଼ିଶା ଦ୍ୱାରା ପ୍ରକାଶିତ ଖବର ପଢୁଛନ୍ତି ବୋଲି ସର୍ଭେରେ ପ୍ରକାଶ ପାଇଛି।
ଗୋଟିଏ ଆଇଟି ଏବଂ ଡିଜିଟାଲ କମ୍ପାନୀ ଦ୍ୱାରା ଗୋଟେ ଡିଜିଟାଲ ମିଡ଼ିଆକୁ ଏଭଳି ସ୍ଵଚ୍ଛ ପ୍ରକ୍ରିୟା ଦ୍ୱାରା ଚୟନ କରି No1 ବୋଲି ମନୋନୀତ କରାଯିବା ଆମ ପାଇଁ ଗର୍ବ ଓ ଗୋୖରବର କଥା ବୋଲି କ୍ରାନ୍ତି ଓଡ଼ିଶାର ମୁଖ୍ୟ ସମ୍ପାଦକ ଶ୍ରୀ ଅଭିଷେକ ଯୋଶୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ସପ୍ତାହ କମ୍ପାନୀ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ କ୍ରାନ୍ତି ଓଡ଼ିଶା କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ।