ଗତ ୩୦ ତାରିଖ ସନ୍ଧ୍ୟା ୫ ଟା ୩୦ ସମୟରେ କରୋନା ଯୋଦ୍ଧା ଙ୍କ ସମ୍ମାନାର୍ଥେ ଓ ଉତ୍ସାହିତ କରିବା ପାଇଁ “ବନ୍ଦେ ଉତ୍କଳ ଜନନୀ” ଗାନ କରିବାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ଙ୍କୁ ଆହ୍ୱାନ ଦେଇଥିଲେ। କିନ୍ତୁ ଦେଖା ଗଲା ଯେ ଜନ ସାଧାରଣ ଏହାକୁ ଏତେଟା ଗ୍ରହଣ କରିନଥିଲେ, କାରଣ ଏହି ‘ବନ୍ଦେ ଉତ୍କଳ ଜନନୀ’ ସମ୍ପୂର୍ଣ ଗାନ କରିବା ଅତି କଷ୍ଟ ବ୍ୟାପାର। ବ୍ୟକ୍ତିଗତ ସ୍ତରରେ ଜନସାଧାରଣଙ୍କ ଭାଗିଦାରୀ ଏଥିପାଇଁ ନଗଣ୍ୟ ଥିଲା। କେବଳ କିଛି ଅନୁଷ୍ଠାନ ଓ ସଙ୍ଘଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ପୂର୍ବ ପ୍ରସ୍ତୁତି ହୋଇ ଆୟୋଜନ କରାଯାଇଥିଲା। ଏହା ସହିତ ପଶ୍ଚିମ ଓଡ଼ିଶାରେ ଏହି ଗାନ କୁ ବିରୋଧ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।
ଅନ୍ୟ ପଟେ ଦେଖା ଗଲା ଯେ ପ୍ରଶାସନ ବା ପୋଲିସ ଯେଉଁମାନେ କରୋନା ଯୁଦ୍ଧର ପ୍ରମୁଖ ଯୋଦ୍ଧା ସେମାନେ ଏହାକୁ ମହା ଆଡମ୍ବର ସହ ପାଳନ କରିଥିଲେ। ପୋଲିସ ଥାନା ବା ଫାଣ୍ଡି ଠାରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଏହାକୁ ପ୍ରାୟୋଜିତ ଓ ସଙ୍ଘଠିତ ଢଙ୍ଗ ରେ ପାଳନ କରିଥିଲେ। ତେଣୁ ଏହା ବର୍ତ୍ତମାନ ସନ୍ଦେହ ସୃଷ୍ଟି କରୁଛି ଯେ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ସତରେ ଆହ୍ୱାନ ଥିଲା ନା ସରକାରୀ କଳ ପ୍ରତି ଆଦେଶ ଥିଲା !
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ବେଳେ ସମସ୍ତ ଜନସାଧାରଣ ଆବାଳ ବୃଦ୍ଧ ବନିତା ସ୍ଵ ସହମତିରେ ସାମିଲ ହୋଇଥିଲେ କିନ୍ତୁ ଏଠି ସରକାରୀ କଳ ବା ନିଜେ ପ୍ରମୁଖ କୋରୋନା ଯୋଦ୍ଧା ମାନେ ବଡ ପ୍ରାୟୋଜିତ ଢଙ୍ଗ ରେ ଏହାକୁ ପାଳନ କରିଥିଲେ। ଯଦି ପୋଲିସ ଓ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ମାନି କାର୍ଯ୍ୟକ୍ରମ କରି ନ ଥାନ୍ତେ ତେବେ ବୋଧ ହୁଏ ଏହି ଆହ୍ବାନ ସମ୍ପୂର୍ଣ ବିଫଳ ହୋଇଥାନ୍ତା।