ମହିଳା କ୍ରିକେଟ୍ ପାଇଁ ଆଜି ବହୁତ ବଡ ଦିନ। ବିଶେଷ କରି ଭାରତୀୟ ମହିଳା କ୍ରିକେଟ୍ ପାଇଁ ଫେବୃଆରୀ ୧୩ ବହୁତ ଗୁରୁତ୍ଵପୂର୍ଣ୍ଣ ବହନ କରୁଛି। କାରଣ ଆଇପିଏଲ୍ ଢାଞ୍ଚାରେ ଖେଳାଯିବାକୁ ଥିବା ମହିଳା ପ୍ରିମିୟର ଲିଗ୍ ଅର୍ଥାତ WPLର ପ୍ରଥମ ସଂସ୍କରଣର ନିଲାମ ପ୍ରକ୍ରିୟା ମୁମ୍ବାଇରେ ଜାରି ରହିଛି। ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହେଉଛି। ୪୦୦ରୁ ଅଧିକ ଖେଳାଳିଙ୍କ ନିଲାମ ପାଇଁ ସଟ୍ଲିଷ୍ଟ କରାଯାଇଛି। ତେବେ ପ୍ରାୟ ଭାରତ ସମେତ ବିଦେଶର ପ୍ରାୟ ୯୦ ଖେଳାଳିଙ୍କୁ ନେଇ ଚାଲିଛି ନିଲାମ ପ୍ରକ୍ରିୟା। ଏ ପର୍ଯ୍ୟନ୍ତ ଭାରତର ତାରକା ଓପନର ବ୍ୟାଟର ସ୍ମୃତି ମନ୍ଧାନା ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି।
ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୩.୪ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିବାରେ ସଫଳ ହୋଇଛି। ଦ୍ଵିତୀୟ ସବୁଠୁ ମହଙ୍ଗା ଖେଳାଳି ହେଉଛନ୍ତି ଏଶ୍ଲେ ଗାର୍ଡନର। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ୩.୨ କୋଟି ଟଙ୍କାରେ କିଣିଛି ଗୁଜରାଟ ଟାଇଟନ୍ସ। ଇଂଲଣ୍ଡର ନେଟ୍ ସାଇବର ବ୍ରଣ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩.୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ଭାରତୀୟ ଖେଳାଳି ଦୀପ୍ତି ଶର୍ମାଙ୍କୁ ୨.୬ କୋଟିରେ ଉତ୍ତରପ୍ରଦେଶ ଓ୍ଵାରିୟର୍ସ କିଣିଛି। ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟିି ଟଙ୍କା ଖର୍ଚ୍ଚ କରିଛି।
ଏ ପର୍ଯ୍ୟନ୍ତ ସବୁଠୁ ମହଙ୍ଗା ଖେଳାଳି :-
ସ୍ମୃତି ମନ୍ଧାନା(ଭାରତ)- ୩.୪ କୋଟି, ଆରସିବି
ଏଶ୍ଲେ ଗାର୍ଡନର(ଅଷ୍ଟ୍ରେଲିଆ)- ୩.୩ କୋଟି, ଜିଜି
ନେଟ୍ ସାଇବର ବ୍ରଣ୍ଟ(ଇଂଲଣ୍ଡ)- ୩.୨ କୋଟି, ଏମଆଇ
ଦୀପ୍ତି ଶର୍ମା(ଭାରତ)- ୨.୬ କୋଟି, ୟୁପିଡବ୍ଲ୍ୟୁ
ଜେମିମା ରୋଡ୍ରିଗ୍ସ(ଭାରତ)- ୨.୨ କୋଟି, ଡିସି
ଶେଫାଳି ବର୍ମା(ଭାରତ)- ୨ କୋଟି, ଡିସି
ବେଥ ମୁନି(ଅଷ୍ଟ୍ରେଲିଆ)- ୨.୦ କୋଟି, ଜିଜି
ହରମନପ୍ରୀତ କୌର(ଭାରତ)- ୧.୮ କୋଟି, ଏମଆଇ
ସୋଫି ଆକ୍ଲେଷ୍ଟୋନ(ଇଂଲଣ୍ଡ)- ୧.୮ କୋଟି, ୟୁପିଡବ୍ଲ୍ୟୁ