କଟକ, (ରମାକାନ୍ତ ପଣ୍ଡା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ହାଇକୋର୍ଟ ପରିସରରେ ହାଇକୋର୍ଟ ବାର ଆସୋସିଏସନର ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାନ୍ତି, ତଥା ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସଙ୍କ ପୌରହିତ୍ୟରେ ଅପରାହ୍ନ 5.30 ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା।
ଏଥିରେ ହାଇକୋର୍ଟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଜଟେଶ୍ୱର ନାୟକ, କାର୍ୟକାରିଣୀ ସଦସ୍ୟ ବିଭୂଦତ୍ତ ବାରିକ, ମାନସୀ ଦାସ, ପୂର୍ବତନ ସମ୍ପାଦକ, ବିଜୟ କୁମାର ରଗଡ, ପୂର୍ବତନ ସମ୍ପାଦକ ସତ୍ୟବ୍ରତ ମହାନ୍ତି, ଆଇନଜୀବି ପ୍ରଦୀପ କୁମାର ମହାନ୍ତି, ରମାକାନ୍ତ ପଣ୍ଡା, ମନୋରଞ୍ଜନ ପାଢ଼ୀ, ପାର୍ଥ ସାରଥୀ ନାୟକ, ଅଶୋକ କୁମାର ନାୟକ, ଅଶୋକ ବେହେରା, କରୁଣାକର ଗୟା, ଜଗନ୍ନାଥ ଗୋଛାୟାତ, ବିଭୁ ପ୍ରସନ୍ନ ମହାପାତ୍ର ପ୍ରମୁଖ ବହୁ ଆଇନଜୀବି ଯୋଗ ଦେଇଥିଲେ ।