ମୁଖ୍ୟମନ୍ତ୍ରୀଙ୍କ ଅପିଳ : ବିରୋଧୀ ଦଳ ଧର୍ମ ବଜାୟ ରଖିଲା ଓଡ଼ିଶା କଂଗ୍ରେସ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଓଡ଼ିଶାରେ ଏବଂ ଭାରତରେ ବର୍ତ୍ତମାନ ସମୟରେ କଂଗ୍ରେସ ବିରୋଧୀ ଦଳ ଭୂମିକାରେ ଅଛି। ସରକାରଙ୍କ ଦ୍ୱାରା ନିଆଯାଉଥିବା ଜନ ବିରୋଧୀ ନୀତି କୁ ବିରୋଧ କରିବା ହେଉଛି ବିରୋଧୀ ଦଳର ଧର୍ମ।

ଆଜି ଓଡ଼ିଶା କଂଗ୍ରେସ ଏଭଳି କାର୍ଯ୍ୟ କରିଛି ଯାହା ସମସ୍ତଙ୍କ ମନ ମୋହିଚି। ରାଜ୍ୟ ଓ ରାଜ୍ୟ ବହାରରେ ଥିବା ସମସ୍ତେ ଓଡ଼ିଆ ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିଥିଲେ। କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ। ୨୦ବର୍ଷ ଶାସନରେ ଥାଇ ମଧ୍ୟ କେବେ ହେଲେ କୌଣସି ବିରୋଧୀ ଦଳ ନେତାଙ୍କ ଠୁ ସହଯୋଗ କାମନା କରିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ ଏହି ବିଷୟକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ସବୁ ବିରୋଧୀ ଦଳ ନେତାଙ୍କ ସହ ଫୋନରେ କଥା ହୋଇଥିଲେ। ନିଜ ଅପିଳକୁ ସଫଳ କରିବା ପାଇଁ ସରକାରୀ କଲକୁ ମଧ୍ୟ ପୂର୍ଣ ସକ୍ରିୟ କରିଥିଲେ ମୁଖ୍ୟମନ୍ତ୍ରୀ।

ତେବେ ଓଡ଼ିଶା କଂଗ୍ରେସର ନେତ୍ତୃତ୍ୱ ଆଜି ମାଟିର ଓ ବିରୋଧୀ ଦଳର ଉଭୟ ଧର୍ମ ଅତି ଚତୁରତା ସହ ପାଳନ କରିଛନ୍ତି। କଂଗ୍ରେସ ଭବନରେ ଆଜି ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅନ୍ୟାନ୍ୟ ନେତୃମଣ୍ଡଳୀ ସହିତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସର୍ବ ପ୍ରଥମ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ। ପରେ ସମସ୍ତେ କରୋନା ମହାମାରୀରେ ପ୍ରାଣ ହରେଇଥିବା ବ୍ୟକ୍ତିଙ୍କ ପାଇଁ ଦୁଇ ମିନେଟ ନିରବ ପ୍ରାର୍ଥନା କରିଥିଲେ। ଏହା ପରେ ‘ବନ୍ଦେ ଉତ୍କଳ ଜନନୀ’ ସହିତ ଅନ୍ୟାନ୍ୟ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ରାଜ୍ୟରେ କଂଗ୍ରେସ ଛଡା ଅନ୍ୟ ସବୁ ବିରୋଧ ଦଳ ମୁଖ୍ୟମନ୍ତ୍ରୀଙ୍କ କଥାରେ ତାଳ ରେ ତାଳ ଦେଇ କେବେଳ ‘ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଦେଖିବାକୁ ମିଲିଥିଲା। କିନ୍ତୁ କଂଗ୍ରେସର ଏଭଳି ନିଆରା କାର୍ଯ୍ୟ ସମସ୍ତଙ୍କ ମନ କୁ ଛୁଇଁ ଥିଲା।

ଓଡ଼ିଶା କଂଗ୍ରେସ ଭବନରେ ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାୟ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜୟଲଷ୍ମୀ ସାହୁ ସହିତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *