ଡିଜିଟାଲ ଇଣ୍ଡିଆ ର ପ୍ରସାର ଓ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସୂଚନା ପ୍ରଦାନ କୁ ଲକ୍ଷ୍ୟ ରଖି ପୂର୍ବତଟ ରେଳପଥ ଜୁଲାଇ ମାସ ୪ ତାରିଖ ଠାରୁ ୧୪ ତାରିଖ ମଧ୍ୟରେ ରଥଯାତ୍ରା ସମ୍ବନ୍ଧରେ ରେଳବାଇର ସୂଚନା ଓ ସୁବିଧା ଉପଲବ୍ଧ ବିଷୟରେ ସୂଚନା ପାଇଁ ମୋବାଇଲ ଆପ ECOR Yatra ସେବା ପ୍ରଚଳନ କରିଛି, ଯଦ୍ୱାରା ଏହି ସମୟରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତ ମାନେ ଉପକୃତ ହୋଇପାରିବେ I
ରଥ ଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ ଗୁଡିକ ସହିତ ନିୟମିତ ଚଳାଚଳ କରୁଥିବା ଟ୍ରେନ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ମୋବାଇଲ ସ୍ମାର୍ଟ ଫୋନ ରେ ଗୁଗୁଲ ପ୍ଲେ ଷ୍ଟୋର ରୁ ଯାତ୍ରୀମାନେ ECOR Yatra କୁ ଡାଉନ ଲୋଡ଼ କରି ରେଳବାଇର ସମସ୍ତ ସୁବିଧା ବିଷୟରେ ଜାଣିପାରିବେ I ଏହାର ପ୍ରମୁଖ ବିଶେଷତ୍ୱ ନିମ୍ନ ପ୍ରକାର ରହିଛି I
ସ୍ୱତନ୍ତ୍ର ଟ୍ରେନ :
ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୩ ତାରିଖ ରୁ ୧୪ ତାରିଖ ମଧ୍ୟରେ ରଥ ଯାତ୍ରା ଉତ୍ସବ ସମୟରେ ଚଳିତ ବର୍ଷ ୧୯୬ ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I ଏହି ଆପ ରେ ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକର ସମ୍ପୂର୍ଣ ବିବରଣୀ ଓ ଚଳାଚଳ ଦିବସ ସମୟ ସମ୍ପର୍କ ରେ ସୂଚନା ରହିଛି I
ପୂର୍ବତଟ ରେଳପଥ ଟ୍ରେନ ସମୟ ସାରଣୀ :
ଏହି ଆପ ରେ ମଧ୍ୟ ପୂର୍ବତଟ ରେଳପଥ ମଧ୍ୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକର ଆଗମନ ଓ ପ୍ରସ୍ଥାନ ସହିତ ସେଗୁଡିକର ଲାଇଭ ଟ୍ରେନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଅଛି I
ପୁରୀ ଠାରେ ଟ୍ରେନ ଲାଇଭ ସୂଚନା :
ସମସ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପାଇଁ ନିର୍ଦ୍ଧିଷ୍ଠ ପ୍ଲାଟଫର୍ମ ସମ୍ପର୍କରେ ଲାଇଭ ସୂଚନା ଉପଲବ୍ଧ ହେବ I
ଲଜିଙ୍ଗ ବ୍ୟବସ୍ଥା :
ଆଇଆରସିଟିସି ପକ୍ଷରୁ ଟୁରିଜିମ, ରିଟାଏରିଂରୁମ, ମେଳା ସେଡ ର ଉପଲବ୍ଧ ସମ୍ବନ୍ଧରେ ଲଜିଙ୍ଗ ବ୍ୟବସ୍ଥା ର ସୂଚନା I
ରଥଯାତ୍ରା ପର୍ବର ରୀତି ଓ ନୀତି ସମ୍ବନ୍ଧିତ ସୂଚନା ଉପଲବ୍ଧ I
ଟିକେଟ କାଉଣ୍ଟର :
ପୁରୀ ଓ ଅନ୍ୟାନ ସ୍ଥାନରେ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସମ୍ବନ୍ଧରେ ସୂଚନା I
ପରିବହନ ସୁବିଧା :
ପୁରୀ ଠାରେ ଓ ଆଇଆରସିଟିସି ପକ୍ଷରୁ ପରିବହନ ସୁବିଧା ସହିତ ପ୍ରି-ପେଡ ଟ୍ୟାକ୍ସି ଓ ଭଡା ସମ୍ବନ୍ଧରେ ସୂଚନା
ଅନୁସନ୍ଧାନ :
ରେଳ ବର୍ଥ (ସିଟ) ଉପଲବ୍ଧତା, ଭଡା ଅନୁସନ୍ଧାନ, ଏନଟିଇଏସ ଏବଂ ପିଏନଆର ଅନୁସନ୍ଧାନ ବ୍ୟବସ୍ଥା
ରଥ ଯାତ୍ରା ସମୟରେ ରେଳବାଇର ଅନ୍ୟାନ ସୁବିଧା :
ପିଇବା ପାଣି ସହିତ କ୍ୟାଟରିଂ ଵ୍ୟଵସ୍ଥା, ଇ-କ୍ୟାଟରିଂ, ଡାକ୍ତରୀ ସହାୟତା ଓ ପରିଚ୍ଛନ୍ନତା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରୀ ଚଳିତ ଜାନ, ଅଭିଯୋଗ, ଫୋଟୋ ଗ୍ୟାଲେରୀ ଓ ଷ୍ଟେସନ ରେ ମାଗଣା ୱାଇ-ଫାଇ ସୁବିଧା ଉପଲବ୍ଧ ସମ୍ବନ୍ଧରେ ସୂଚନା
ଟିକେଟିଂ :
ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ କୁ ଏହି ଆପ ଦ୍ୱାରା ବୁକ କରାଯାଇପାରିବ I ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନ (ଏଟିଭିଏମ) ଏବଂ ମୋବାଇଲ ରେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ (ୟୁଟିଏସ ଅନ ମୋବାଇଲ) ଉପଯୋଗ ସମ୍ବନ୍ଧରେ ସୂଚନା I
ଏହା ବ୍ୟତୀତ ଯାତ୍ରୀମାନେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ, ସେ ସମ୍ପର୍କରେ ସୂଚନା, ନିରାପତ୍ତା, ଡାକ୍ତରୀ ଓ ଅନ୍ୟାନ ହେଲ୍ପ ଲାଇନ ନମ୍ବର କୁ ଏହି ଆପ ରେ ସିଧା ସଳଖ ଡାଏଲ କରି ସଦୁପଯୋଗ କରାଯାଇପାରିବ
ଜନସାଧାରଣଙ୍କ ପାଇଁ କୌଣସି ସଦ୍ୟ ଜରୁରୀ ସୂଚନା ଯଥା ଲଗେଜ ହଜିଯିବା, ଲୋକ ହଜିଯିବା ସୂଚନାକୁ ଏହି ହେଲ୍ପ ଲାଇନ ରେ ପ୍ରଦାନ କରାଯାଇପାରିବ ଓ ସଦ୍ୟ ଓ ପ୍ରମୁଖ ସୂଚନାକୁ ମଧ୍ୟ ପାଇପାରିବେ I ଏହା ଦ୍ୱାରା ମଧ୍ୟ ରଥ ଯାତ୍ରା ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଉପଲବ୍ଧ ହେବ I
ଯାତ୍ରୀମାନଙ୍କୁ ଉପଦେଶ ଦିଆଯାଇ କୁହାଯାଉଅଛି ଯେ ସେମାନେ ସ୍ମାର୍ଟ ଫୋନ ରେ ଗୁଗୁଲ ପ୍ଲେ ଷ୍ଟୋର ରୁ ECOR YATRA ଆପ ଡାଉନଲୋଡ଼ ଦ୍ୱାରା ବିଭିନ୍ନ ସୂଚନା ପାଇପାରିବା ସହିତ ଟିକେଟ କାଉଣ୍ଟର ଓ ସୂଚନା କେନ୍ଦ୍ରରେ ଭିଡ଼ରୁ କ୍ଷ୍ୟାନ୍ତ ରହି ପାରିବେ I