ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ରେ ସଂଧ୍ୟା ୭ଟାରେ ଦୁଇ ୟୁରୋପୀୟ ଶକ୍ତି ବେଲଜିୟମ୍ ଏବଂ ଜର୍ମାନୀ ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଏହି ମ୍ୟାଚ୍ ପୂର୍ବରୁ ବ୍ରୋଞ୍ଜ ପଦକ ପାଇଁ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ଣ ୪ଟା ୩୦ରେ ମୁକାବିଲା ହେବ। ଭୁବନେଶ୍ବରରେ ବିଶ୍ବକପ୍ ଭାଗ୍ୟ ଉଦୟ କରିଥିବା ବେଲଜିୟମ୍ ଏଠାରେ ଦ୍ବିତୀୟ ଥର ଟ୍ରଫି ତୋଳି ଧରିବା ଲକ୍ଷ୍ୟରେ ଥିବା ବେଳେ ଜର୍ମାନୀର ଉତ୍ ଥାନ ଏହି ଦଳକୁ ଚିନ୍ତାରେ ପକାଇଛି। ୨୦୧୮ରେ ସେହି କଳିଙ୍ଗ ହକି କଂପ୍ଲେକ୍ସରେ ବେଲଜିୟମ୍ ଫାଇନାଲ୍ ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟ୍ରଫି ହାସଲ କରିଥିଲା। ଏହା ପୂର୍ବରୁ ବେଲଜିୟମ୍ କେବେ ବି ସେମିଫାଇନାଲରେ ପହଞ୍ଚିନଥିଲା। ଭୁବନେଶ୍ବରର ବିଶ୍ବକପ୍ ବିଜୟ କେବେ ବି ଏକ ବ୍ୟତିକ୍ରମ ନଥିଲା ବୋଲି ବେଲଜିୟମ୍ ପ୍ରମାଣିତ କରିଥିଲା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି। ଏବେ ବିଶ୍ବ ହକିରେ ଲଗାତାର ଟ୍ରଫି ଜିତିବାରେ ବେଲଜିୟମ୍ ଚତୁର୍ଥ ଦଳ ହେବାକୁ ଆଶା ରଖିଛି। ତେବେ ଆଜିର ଫାଇନାଲ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।
ରବିବାର ପୁରୁଷ ହକି ବିଶ୍ବକପ୍ ଫାଇନାଲ୍; ବେଲ୍ଜିୟମ୍ ଓ ଜର୍ମାନୀ
Click for Any Complaint Regarding This News
AAA Online Services