ଦୀର୍ଘ ଦୁଇ ମାସ ପରେ କଟକର ଚିନ୍ତା ବଢିଲା

Advertisement
Advertisement
Click for Any Complaint Regarding This News
AAA Online Services

କଟକ, (ଅମ୍ବିକା ପ୍ରସନ୍ନ ତ୍ରିପାଠୀ) : କଟକର ସିଟି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ କରୋନା ରେ ଆକ୍ରାନ୍ତ। ଏହି ଖବର ବର୍ତ୍ତମାନ ସହରରେ ବଡ଼ ଚିନ୍ତା ଓ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି। ସିଟି ହସ୍ପିଟାଲର ଏହି ଶିଶୁ ରୋଗ ବିଶେଷଜ୍ଞ ଦୁଇ ମାସ ତଳେ ଜ୍ବରରେ ପୀଡ଼ିତ ଥିଲେ। ଏହି ଡାକ୍ତର ତାଙ୍କର ପତ୍ନୀଙ୍କୁ ଆଣିବା ପାଇଁ କେନ୍ଦ୍ରାପଡା ଯାଇଥିଲେ। ଆଜି ତାଙ୍କର ରକ୍ତ ନମୁନା ପରୀକ୍ଷାର ଫଳ କରୋନା ପଜିଟିଭ ଆସିଛି। କାଲି ତାଙ୍କ୍ ପତ୍ନୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ। ଜଣେ ଶିଶୁରୋଗ ଡାକ୍ତର କରୋନା ଆକ୍ରାନ୍ତ ହେବା ରାଜ୍ୟରେ ପ୍ରଥମ ଘଟଣା।

ଆଜି ତାଙ୍କ ସଂସ୍ପର୍ଶରେ ଆସି ଥିବା ୧୫ ଜଣଙ୍କୁ ଚିହ୍ନଟ କରାଯାଇ ତାଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ସଂପୃକ୍ତ ଡାକ୍ତରଙ୍କୁ ବର୍ତ୍ତମାନ ଅଶ୍ଵିନୀ କୋଭିଡ ହସ୍ପିଟାଲ୍କୁ ପଠାଯାଇଛି। ଏହି ଖବର କଟକ ମହାନଗର ନିଗମ ର ନିଦ ହଜେଇ ଦେଇଛି। ଓଡ଼ିଶା ର ପ୍ରଥମ ଡାକ୍ତର କରୋନା ଆକ୍ରାନ୍ତ ଏବେ କଟକ ସହର ପାଇଁ ଚିନ୍ତାର କାରଣ। ତାଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀ ଓ ଲୋକମାନଙ୍କର ବିଷୟରେ ବର୍ତ୍ତମାନ ତନାଘନା କରାଯାଉଛି।

Please Share

Leave a Reply

Your email address will not be published. Required fields are marked *