ଭୂବନେଶ୍ବର : ରାଜ୍ୟରେ କରୋନା ବିଭୀଷିକା ମଧ୍ୟରେ ଲୋକେ ନିଜନିଜର ଜୀବନଜୀବିକା ହରାଇ ଭୋକ ଉପାସରେ ଡହଳ ବିକଳ ହେଉଥିବା ବେଳେ ରାଜ୍ୟ ସରକାର ମଦକୁ ଅନଲାଇନରେ ବିକ୍ରିକରିବା ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ବିକ୍ଷୋଭରେ ଆବାହକ ଏନ୍ ସମ୍ବିତ୍ ଦାସ କହିଲେ ଯେ ବେକାରୀ ଜନିତ ସମସ୍ୟା ନେଇ ସାରା ଓଡ଼ିଶାର ଯୁବସମାଜ ଘୋର ଅଭାବ ଓ ଅନାଟନ ଅବସ୍ଥାରେ କାଳାତିପାତ କରୁଥିଲା ବେଳେ ସରକାରଙ୍କର ଏଭଳି ଲଜ୍ଜାଜନକ ପଦକ୍ଷେପ ନିନ୍ଦନିୟ । ମହାସଂଘର ରାଜ୍ୟ ସଂଯୋଜକ ପ୍ରଦିପ ମିଶ୍ର ସରକାର ପ୍ରଥମେ ଲୋକଙ୍କୁ ନିଯୁକ୍ତି ଦେଇ ଥଇଥାନ କରିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ମଦକୁ ଅନ୍ ଲାଇନରେ ବିକ୍ରୟ କରିବା ଏକ ନିନ୍ଦନିୟ ନିଷ୍ପତି ଏବଂ ଯଥାଶିଘ୍ର ସରକାର ଏହି ନିଷ୍ପତିକୁ ପତ୍ୟାହାର କରିବା ସହ ଓଡିଶାର ବେକାରୀଙ୍କୁ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ସରକାରଙ୍କ ପାଖରେ ଦାବି କରାଯାଇଛି । ଏହି ବିକ୍ଷୋଭରେ ସଂଘର ରାଜ୍ୟ ସମ୍ପାଦକ ଆଶିଷ ବେହେରା, ସାଙ୍ଗଠନିକ ଉପଦେଷ୍ଟା ରମେଶ ସାହୁ, ଭୁବନେଶ୍ୱର ସହର ସଭାପତି ଲିଙ୍ଗରାଜ ମଳିକ, ଖୋର୍ଦ୍ଧା ଜିଲ୍ଲା ସଭାପତି ମନୋଜ ଦାସମହାପାତ୍ର, ଦୀନବନ୍ଧୁ ଷଡ଼ଙ୍ଗୀ,ସମ୍ପାଦକ ରବୀନ୍ଦ୍ର ସାହୁ ଓ କଟକ ଜିଲ୍ଲା ସଭାପତି ତିର୍ଥବାସୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।