ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ , ଓଡ଼ିଶା କୁ 500 କୋଟି ସହାୟତା ରାଶି ଘୋଷଣା

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ମହାବାତ୍ୟା ଆମ୍ଫନ କ୍ଷୟକ୍ଷତି ନେଇ ଆକଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ୫ଶହ କୋଟି ଟଙ୍କା ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ପରବର୍ତି ସମୟରେ ରାଜ୍ୟ ସରକାରଙ୍କ ଆକଳନ ରିପୋର୍ଟ ଓ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ଆବଶ୍ୟକ ଅନୁସାରେ ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏଥିସହି ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପ୍ରସଂଶା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ କରୋନା ମୁକାବିଲା କରୁଥିବା ବେଳେ ଏକ ମହାବାତ୍ୟା ମାଡ଼ି ଆସିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସରକାରଙ୍କର ପୂର୍ବଅଭିଜ୍ଞତା ଥିବାରୁ ଧନଜୀବନ ରକ୍ଷା କରିବାରେ ବେଶ ସଫଳତା ହାସଲ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବପ୍ରସ୍ତୁତି ଯୋଗୁଁ ଧନଜୀବନ ରକ୍ଷା ପାଇଥିଲେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା ଠାରୁ ଆରମ୍ଭ କରି ଘରଦ୍ୱାର ନଷ୍ଟ ଭଳି ଅନେକ କ୍ଷୟକ୍ଷତି ହୋଇଛି । ଯଦିଓ ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ କମ କ୍ଷୟକ୍ଷତି ହୋଇଛି, ତଥାପି ରାଜ୍ୟ ପାଇଁ ଏହା ଏକ ବଡକ୍ଷତି । ତେଣୁ ଅଗ୍ରୀମ ଆକାରରେ କେନ୍ଦ୍ର ସରକାର ୫୦୦ କୋଟି କ୍ଷତି ପ୍ରଦାନ କରିଛନ୍ତି । ଆଗକୁ ସମସ୍ତ ସହଯୋଗ ଓ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି ।

ଶୁକ୍ରବାର ଅପରାହ୍ଣରେ ବାତ୍ୟାର କ୍ଷୟକ୍ଷତି ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଁଚିଥିଲେ । ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଡିଜିପି ଅଭୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏଥିସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ।
ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟରରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ପ୍ରଧାମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ସାମିଲ ଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପ୍ରାୟ ଏକ ଘଂଟାର ବୈଠକ ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିଯାଇଛନ୍ତି ।

Please Share

Leave a Reply

Your email address will not be published. Required fields are marked *